Categories: ଖେଳ

ମାତ୍ର କିଛି ମିନିଟ୍‌ ମଧ୍ୟରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ୍‌ ଶେଷ

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି। ଏଥିପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ସମସ୍ତ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥର ମଧ୍ୟ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ରହିଛି। ୨୦୨୧ ଟି-୨୦ ବିଶ୍ୱକପରେ ମଧ୍ୟ ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ପାକିସ୍ତାନ ସହିତ ହୋଇଥିଲା ଏବଂ ଏହି ମ୍ୟାଚ ହାରିଯିବା ପରେ ଏହି ଟୁର୍ନାମେଣ୍ଟରୁ ଗ୍ରୁପ ପର୍ଯ୍ୟାୟରୁ ଭାରତ ବାଦ ପଡିଥିଲା। ଏଥର ମଧ୍ୟ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ସହିତ ରହିଛିଛି ଏବଂ ଏହି ମ୍ୟାଚ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି।
ଟି-୨୦ ବିଶ୍ୱକପ ୨୦୨୨ ଟିକେଟ ବିକ୍ରି ଆରମ୍ଭ ହେବାର କିଛି ମିନିଟ ପରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଛି। ବର୍ତ୍ତମାନ କିଛି ଭିଆଇପି ଟିକେଟ ବିକ୍ରି ପାଇଁ ବାକି ଅଛି, ଯାହା ଏହି ସପ୍ତାହରେ ଶେଷ ହେବ।
ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଅକ୍ଟୋବର ୧୬ରୁ ଆରମ୍ଭ ହେବ। ଭାରତର ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ରହିଛି। ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଏହି ମ୍ୟାଚ ଖେଳାଯିବ। ଏଥି ସହିତ ନଭେମ୍ବର ୧୩ରେ ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ପାଇଁ ଟିକେଟ ଚାହିଦା ସର୍ବାଧିକ ରହିଛି।
ଏହି ଟୁର୍ନାମେଣ୍ଟ ପାଇଁ ଟିକେଟ ବିକ୍ରୟ କରିବାର ଅଧିକାର ଗ୍ଲୋବାଲ ସ୍ପୋର୍ଟସ ଟ୍ରାଭେଲ କମ୍ପାନୀ ପାଖରେ ଅଛ। କମ୍ପାନୀର ଐଶ ଚାୱଲା କହିଛନ୍ତି, ଏପର୍ଯ୍ୟନ୍ତ ଆମେ ଆମର ୪୦ ପ୍ରତିଶତ ପ୍ୟାକେଜ ଭାରତରେ ବିକ୍ରି କରିଛୁ। ଏଥି ସହିତ ଉତ୍ତର ଆମେରିକାରେ ୨୭ ପ୍ରତିଶତ, ଅଷ୍ଟ୍ରେଲିଆରେ ୧୮ ପ୍ରତିଶତ ଏବଂ ବ୍ରିଟେନରେ ଏବଂ ୧୫ ପ୍ରତିଶତ ବିକ୍ରି ହେଉଛି। ମେଲବୋର୍ଣ୍ଣର ହୋଟେଲ ରୁମ ଗୁଡିକ ବୁକ ହୋଇସାରିଛି। ଭାରତ-ପାକିସ୍ତାନ ମ୍ୟାଚ ପାଇଁ ମେଲବୋର୍ଣ୍ଣରେ ପ୍ରାୟ ୪୫-୫୦,୦୦୦ ଦର୍ଶକ ଆଶା କରୁଛନ୍ତି।

Share