Categories: Home Leftଖେଳ

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ ସେମିଫାଇନାଲରେ ବିଜୟୀ ହୋଇ ଗୋଲ୍ଡ ମେଡାଲ ମ୍ୟାଚରେ ଟିକେଟ ହାସଲ କରିଛନ୍ତି। ଏବେ ଅକ୍ଟୋବର ୩ରେ ଭାରତ-ପାକିସ୍ତାନ ମଧ୍ୟରେ ଗୋଲ୍ଡ ମେଡାଲ ପାଇଁ ଲଢ଼େଇ ହେବ।

ଅନ୍ୟପକ୍ଷରେ ଭାରତ ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନର ବଡ଼ ବ୍ୟବଧାନରେ ହରାଇ ଫାଇନାଲ ଟିକେଟ ହାସଲ କରିଛି। ଭାରତ ବିପକ୍ଷରେ ଶ୍ରୀଲଙ୍କା ମାତ୍ର ୪୫ ରନରେ ଅଲଆଉଟ ହୋଇଥିଲା। ଏହା ଟି-୨୦ ଇଣ୍ଟରନ୍ୟାସନାଲରେ ଶ୍ରୀଲଙ୍କାର ସବୁଠାରୁ କମ ସ୍କୋର ମଧ୍ୟରୁ ଗୋଟିଏ। ଏହା ସହିତ ରନ ବ୍ୟବଧାନ ଦୃଷ୍ଟିରୁ ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ବଡ଼ ବିଜୟ ହୋଇଛି।

ଏସିଆନ ଗେମ୍ସର ମେନ୍ସ କ୍ରିକେଟରେ ଭାରତ ଓ ପାକିସ୍ତାନ ପ୍ରଥମ ଥର ପାଇଁ ଗୋଲ୍ଡ ମେଡାଲ ମ୍ୟାଚରେ ପରସ୍ପରକୁ ଭେଟିବେ। ପାକିସ୍ତାନ ପୂର୍ବରୁ ଏସିଆନ ଗେମ୍ସ ମେନ୍ସ କ୍ରିକେଟରେ ଗୋଲ୍ଡ ମେଡାଲ ମ୍ୟାଚରେ ପହଞ୍ଚିନଥିଲା। ତେଣୁ ଏଥର ତାଙ୍କ ପାଇଁ ଏହା ପ୍ରଥମ ଗୋଲ୍ଡ ମେଡାଲ ମୁକାବିଲା ହେବ।

ଟିମ ଇଣ୍ଡିଆ ପାଇଁ ମଧ୍ୟ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ପୂର୍ବ ଏସିଆନ ଗେମ୍ସରେ ଭାରତ ମେନ୍ସ କ୍ରିକେଟରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଏବେ ପାକିସ୍ତାନ ବିପକ୍ଷରେ ଭାରତ ସେହି ସ୍ବର୍ଣ୍ଣ ପଦକ ଧରି ରଖିବା ପାଇଁ ମଇଦାନକୁ ଓହ୍ଲାଇବ।

ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆନ ଗେମ୍ସ ୨୦୨୬ର ଗୋଲ୍ଡ ମେଡାଲ ମ୍ୟାଚ ଅକ୍ଟୋବର ୩ ତାରିଖରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ମ୍ୟାଚ ସକାଳ ୧୦ଟାରୁ ଆରମ୍ଭ ହେବ।
ଏହା ପୂର୍ବରୁ ସକାଳ ୫ଟା ୩୦ ମିନିଟରେ ବ୍ରୋଞ୍ଜ ମେଡାଲ ମ୍ୟାଚ ଖେଳାଯିବ। ଏଥିରେ ସେମିଫାଇନାଲରେ ଭାରତ ଓ ପାକିସ୍ତାନଠାରୁ ପରାଜିତ ହୋଇଥିବା ବାଂଲାଦେଶ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ।

 

Dharitri – Odisha’s No.1 Odia Daily

Share