Categories: ଖେଳ

ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ବିଶାଳ ଲକ୍ଷ୍ୟ ଦେଲା ଭାରତ

ମୁମ୍ବାଇ,୫।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ୭ ଉଇକେଟ୍‌ ହରାଇ ୨୭୬ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା ଏବଂ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଜିତିବା ପାଇଁ ନ୍ୟୁଜି୍ୟଲାଣ୍ଡ ପାଇଁ ୫୪୦ର କଷ୍ଟସାଧ୍ୟ ଲକ୍ଷ୍ୟ ସ୍ଥିର କରିଛି। ଭାରତ ପ୍ରଥମ ଇନିଂସରେ ୩୨୫ରନ ସଂଗ୍ରହ କରିଥିଲା, ଏହାର ଜବାବରେ ନ୍ୟୁଜିଲାଣ୍ଡ ୬୨ ରନରେ ଅଲଆଉଟ୍‌ ହୋଇଛି। ଭାରତର ଦ୍ୱିତୀୟ ଇନିଂସରେ ଓପନର୍‌ ମୟଙ୍କ ଅଗ୍ରୱାଲ (୬୨), ଚେତେଶ୍ୱର ପୂଜାରା (୪୭), ଶୁଭମନ ଗିଲ (୪୭), ଅକ୍ଷର ପଟେଲ (୪୧ ନଟଆଉଟ୍‌) ଏବଂ ଅଧିନାୟକ ବିରାଟ କୋହଲି (୩୬) ଉପଯୋଗୀ ଅବଦାନ ଦେଇଥିଲେ। ନ୍ୟୁଜିଲାଣ୍ଡ ପାଇଁ ପ୍ରଥମ ଇନିଂସରେ ସମସ୍ତ ୧୦ ଉଇକେଟ ନେଇଥିବା ସ୍ପିନର ଏଜାଜ ପଟେଲ ୧୦୬ ଦେଇ ୪ଟି ଉଇକେଟ ନେଇଥିବାବେଳେ ରାଚିନ ରବିନ୍ଦ୍ର ୫୬ ରନ ଦେଇ ୩ ଉଇକେଟ ନେଇଛନ୍ତି।

Share