Categories: ଖେଳ

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ମୁମ୍ବାଇ,୩।୧୨:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଆଜିଠାରୁ ମୁମ୍ବାଇ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେଉଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ କ୍ଲିନ୍‌ସୁଇପ୍‌ କରିଥିଲା। ଏବେ ଭାରତ ଟେଷ୍ଟ ସିରିଜ ଉପରେ ନଜର ରଖିଛି। ତେବେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ ରହିବା ପରେ ଉଭୟ ଦଳ ଏହି ମ୍ୟାଚ୍‌ ଜିତି ସିଜିଜ୍‌ ହାତେଇବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ରେ ନିୟମିତ ଅଧିନାୟକ ବିରାଟ କୋହଲି ଖେଳିବେ। ପ୍ରଥମ ମ୍ୟାଚରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ପ୍ରଥମ ଟେଷ୍ଟରେ ଅଜିଙ୍କେ ରାହାନେ ଅଧିନାୟକତ୍ୱ କରିଥିଲେ। ୩୩ ବର୍ଷ ପରେ ଉଭୟ ଦଳ ଏହି ଗ୍ରାଉଣ୍ଡରେ ସାମ୍ନାସାମ୍ନି ହେବେ।

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ କେବେ ଆରମ୍ଭ ହେବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଭାରତୀୟ ସମୟ ସକାଳ ୯.୩୦ ରେ ଖେଳାଯିବ।

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ କେଉଁଠାରେ ଖେଳାଯିବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମୁମ୍ବାଇ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ।

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଲାଇଭ ଟେଲିକାଷ୍ଟକୁ କେଉଁଠାରେ ଦେଖି ହେବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଦେଖିବାକୁ ମିଳେ

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଦେଖି ହେବ?
ଡିଜ୍‌ନି + ହଟଷ୍ଟାରରେ ଆପଣ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।

Share