Categories: ଖେଳ

ଫୁଲ ହାର ପକାଇ ରିଷଭ ପନ୍ତଙ୍କୁ ସ୍ବାଗତ କଲେ କୋଚ: ଜାଣନ୍ତୁ କାହିଁକି

ଲଣ୍ଡନ,୨୩।୭: ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ କରୋନାକୁ ହରାଇ ଟିମ ଇଣ୍ଡିଆରେ ଯୋଗ ଦେଇଛନ୍ତି। ରିଷଭ ପନ୍ତ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ସେ ଟିମ ଇଣ୍ଡିଆର ଖେଳାଳିଙ୍କ ସହ ନଜର ଆସିଥିଲେ। ଲଣ୍ଡନରୁ ଡରହମରେ ପହଞ୍ଚିଥିବା ରିଷଭ ପନ୍ତଙ୍କୁ ଟିମ ଇଣ୍ଡିଆ ଦ୍ୱାରା ଜୋରଦାର ସ୍ବାଗତ କରାଯାଇଥିଲା। ମୁଖ୍ୟ କୋଚ ରବି ଶାସ୍ତ୍ରୀ ରିଷଭଙ୍କୁ ଏକ ଫୁଲ ହାର ପକାଇ ସ୍ବାଗତ କରିଥିଲେ। ରିଷଭ ଏହି ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ଏବଂ ରବି ଶାସ୍ତ୍ରୀଙ୍କୁ ମଧ୍ୟ ଏପରି ଚମତ୍କାର ସ୍ବାଗତ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଫଟୋ ପୋଷ୍ଟ କରି ସେ କ୍ୟାପସନରେ ପନ୍ତ ଲେଖିଛନ୍ତି – ପରାଜୟ ପରେ ହିଁ ବିଜୟ ଅଛି ଏବଂ ବିଜେତାଙ୍କୁ ବାଜିଗର୍‌ କୁହାଯାଏ। ମୁଁ ଫେରି ଆସି ବହୁତ ଖୁସି ଅଛି। ରବି ଶାସ୍ତ୍ରୀଙ୍କୁ ଏପରି ଅଦ୍ଭୁତ ସ୍ବାଗତ ପାଇଁ ଧନ୍ୟବାଦ।
ସୂଚନାଯୋଗ୍ୟ ଯେ, ଟିମ ଇଣ୍ଡିଆର ୨୦ ଦିନିଆ ଛୁଟି ସମୟରେ ରିଷଭ ପନ୍ତ କରୋନା ପଜିଟିଭ ହୋଇଥିଲେ, ଯାହା ପରେ ତାଙ୍କୁ ଲଣ୍ଡନରେ ଆଇସୋଲେସନ୍‌ର ରହିବାକୁ ପଡିଥିଲା।

Share