Categories: ଖେଳ

ଭାରତୀୟ କ୍ରିକେଟ୍‌ ଦଳର ଅସଲ ‘ବାଦଶାହ’ କିଏ ଜାଣନ୍ତି କି, ରୋହିତ ଶର୍ମା କଲେ ଖୁଲାସା

ଲଣ୍ଡନ,୧।୮: ଭାରତୀୟ କ୍ରିକେଟ୍‌ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଆସନ୍ତା ଅଗଷ୍ଟ ୫ରୁ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି। ଭାରତୀୟ କ୍ରିକେଟ୍‌ ଦଳର ଓପନର୍‌ ରୋହିତ ଶର୍ମା ନିଜ ଇନ୍‌ଷ୍ଟାଗ୍ରାମରେ ରିଷଭ ପନ୍ତଙ୍କ ଏକ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରି ରିଷଭଙ୍କ ତୁଳନା ସେ ପ୍ରସିଦ୍ଧ ରାପର୍‌ ବାଦଶାହା ସହ କରିଛନ୍ତି। ରୋହିତ ଫଟୋ ସହ ଏକ ମଜାଦାର କ୍ୟାପଶନ ଲେଖିଛନ୍ତି। ସେ କହିଛନ୍ତି, ଏ ଆମର ନିଜ ବାଦଶାହ। କେଦାର ଯାଦବ ମଧ୍ୟ ଏହି ଫଟୋରେ କମେଣ୍ଟ କରି କହିଛନ୍ତି, ଚାହା ନେହୁର। କେଦାର ରିଷଭଙ୍କ ଡ୍ରେସ୍‌ରେ ଗୋଲାପ ଫୁଳ ଦେଖି ତାଙ୍କୁ ଚାଚା ନେହୁର କହିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳ କାଉଣ୍ଟି ଏକାଦଶ ସହ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିଛି। କରୋନା ଆକ୍ରାନ୍ତ ହୋଇଥିବାରୁ ରିଷଭ ଏହି ଅଭ୍ୟାସ ମ୍ୟାଚ୍‌ ଖେଲି ନ ଥିଲେ।

Share