Categories: ଖେଳ

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ‘ସାଲ୍ୟୁଟ୍‌’ ମାରିଲେ ପାକିସ୍ତାନୀ ସାମ୍ବାଦିକା

ଇସଲାମାବାଦ,୧୯।୮: ଇଂଲଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟ ଭାରତୀୟ ପେସ୍‌ ବୋଲର୍‌ ମହମ୍ମଦ ସିରାଜ୍‌ ଚମତ୍କାର ବୋଲିଂ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏହି ଟେଷ୍ଟରେ ଉଭୟ ଇନିଂସରେ ୪-୪ ଉଇକେଟ୍‌ ନେଇଥିଲେ। ଫଳରେ ଭାରତ ଏହି ଟେଷ୍ଟକୁ ୧୫୧ ରନ୍‌ରେ ଜିତିଥିଲେ। ସିରାଜ ଏଭଳି ପ୍ରଦର୍ଶନ ଦେଖି କେବଳ ଭାରତ ନୁହେଁ, ପାକିସ୍ତାନରେ ମଧ୍ୟ ପ୍ରଶଂସା କରାଯାଉଛି। ପାକିସ୍ତାନର ପ୍ରସିଦ୍ଧ ସ୍ପୋଟର୍‌ସ ସାମ୍ବାଦିକ ଜ୍ୟାନାବ ଆବାସ ସିରାଜଙ୍କ ପ୍ରଦର୍ଶନ ଦେଖି ତାଙ୍କ ବଡ଼ ପ୍ରଶଂସକ ହୋଇଯାଇଛନ୍ତି। ଆବାସ ତାଙ୍କୁ ବିଶ୍ୱସ୍ତରୀୟ ବୋଲର୍‌ ଆଖ୍ୟା ଦେବା ସହ ତାଙ୍କ ଲାଇନ୍‌-ଲେନ୍ଥ ମଧ୍ୟ ଚମତ୍କାର ବୋଲି ସେ କହିଛନ୍ତି। ଭାରତ ପାଖରେ ୧୦-୧୫ ବର୍ଷ ହେବ ଏଭଳି ଦ୍ରୁତ ନ ଥିଲେ ମୁଁ ସିରାଜଙ୍କୁ ସାଲ୍ୟୁଟ୍‌ କରୁଛି ବୋଲି ସେ କହିଛନ୍ତି।

Share