Categories: ଖେଳ

ଭାରତକୁ ପ୍ରଥମ ସଫଳତା: ଇତିହାସ ରଚିବାକୁ ଆବଶ୍ୟକ ୯ ଉଇକେଟ୍‌

ଓଭାଲ,୬।୯: ଓଭାଲରେ ଖେଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନର ଖେଳ ଆରମ୍ଭ ହୋଇଛି। ପଞ୍ଚମ ଦିନରେ ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ୧୧୦ରୁ ଅଧିକ ରନ ସଂଗ୍ରହ କରିଛି। ଏବେହାସିବ ହମିଦ ଏବଂ ଡେଭିଡ ମଲାନ କ୍ରିଜରେ ଅଛନ୍ତି। ଅର୍ଦ୍ଧଶତକ ହାସଲ କରିବା ପରେ ରୋରୀ ବର୍ନସଙ୍କୁ ଶାର୍ଦ୍ଦୁଳ ଠାକୁର ଆଉଟ୍‌ କରିଥିଲେ। ବର୍ନସ ଏବଂ ହମିଦଙ୍କ ମଧ୍ୟରେ ପ୍ରଥମ ଉଇକେଟ ପାଇଁ ଏକ ଶତକୀୟ ଭାଗିଦାରୀ ହୋଇଥିଲା।ୁ ଇଂଲଣ୍ଡ ଜିତିବା ପାଇଁ ୨୪୦ରୁ ଅଧିକ ରନ ଆବଶ୍ୟକ କରୁଥିବାବେଳେ ଭାରତ ଇତିହାସ ରଚିବା ପାଇଁ ୯ ଉଇକେଟ୍‌ ଆବଶ୍ୟକ କରୁଛି।
ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୧୯୧ ସ୍କୋର କରିଥିବାବେଳେ ଇଂଲଣ୍ଡ ୨୯୦ ରନ ସଂଗ୍ରହ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ଚମତ୍କାର ଖେଳି ୪୬୬ ରନ୍‌ କରି ଇଂଲଣ୍ଡକୁ ୩୬୮ ରନ୍‌ର ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ ୧-୧ ରେ ବରାବର ରହିଛି।

Share