Categories: ଖେଳ

କୋଭିଡ୍‌ ନିୟମ ଭାଙ୍ଗି ପଡ଼ିଆରେ ପଶିଲେ କୋହଲିଙ୍କ ଫ୍ୟାନ

ଅହମ୍ମଦାବାଦ,୨୫।୨ :  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ପ୍ରଥମ ଦିବସରେ ବିରାଟ କୋହଲିଙ୍କ ଜଣେ ପ୍ରଶଂସକ କୋଭିଡ୍‌ ନିୟମ ଭାଙ୍ଗି ସୁରକ୍ଷା ବଳୟ ଡେଇଁ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ। ତେବେ ଏହି ପ୍ରଶଂସକଙ୍କୁ ଖୁବ୍‌ ଦୂରରୁ ଦେଖି ପଛକୁ ଘୁଞ୍ଚିଯାଇଥିଲେ ଭାରତୀୟ ଅଧିନାୟକ। ଆଉ ଉକ୍ତ ଫ୍ୟାନଙ୍କୁ ଫେରିଯିବାକୁ କହିଥିଲେ। ନିଜ ଭୁଲ ବୁଝିବା ପରେ ଫେରିଯାଇଥିଲେ ପ୍ରଶଂସକ ଜଣଙ୍କ। ଉଲ୍ଲେଖଥାଉ କି, ବାୟୋ ବବଲ ପ୍ରୋଟୋକଲ ଯୋଗୁ ଖେଳାଳି ଓ ମ୍ୟାଚ୍‌ ଅଫିସିଆଲଙ୍କୁ କାହାକୁ ଭେଟିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

Share