Categories: ଖେଳ

ଗୋଟିଏ ଓଭରରେ ୪ଟି ଚୌକା ମାରିଲେ ରୋହିତ ଶର୍ମା: ପ୍ରଶଂସକ କହିଲେ…

ଲଣ୍ଡନ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଜବରଦସ୍ତ ପ୍ରଦର୍ଶନ କରିଚନ୍ତି। ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ କେ.ଏଲ ରାହୁଲ ଚମତ୍କାର ବ୍ୟାଟିଂ କରିଛନ୍ତି। ଏର୍ଡସଠାରେ ପାଗ ମେଘୁଆ ଥିଲା, ବଲ ସୁଇଙ୍ଗ କରୁଥିଲା କିନ୍ତୁ ରୋହିତ ଏବଂ ରାହୁଲଙ୍କ ଏଥିରେ ଫରକ ପଡି ନଥିଲା। ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଉଭୟ ବ୍ୟାଟ୍ସମ୍ୟାନ ଭାରତୀୟ ଦଳକୁ ୪୬ ରନ ପର୍ଯ୍ୟନ୍ତ ନେଇଥିଲେ। ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଖେଳରେ ରୋହିତ ଶର୍ମା ସମସ୍ତଙ୍କୁ ବହୁତ ପ୍ରଭାବିତ କରିଥିଲେ। ରୋହିତ ଶର୍ମା କେବଳ ଆଣ୍ଡରସନ, ଓଲି ରବିନସନଙ୍କ ଭଳି ବୋଲରଙ୍କ ସହ ମୁହାଁମୁହିଁ ହୋଇ ନ ଥିଲେ, ସୁଯୋଗ ମିଳିବା ପରେ ସେ ସାମ କରନଙ୍କ ୧୦ଟି ବଲରେ ୫ ଚୌକା ମାରିଥିଲେ। କରନଙ୍କ ଖରାପ ବଲରୁ ରୋହିତ ଶର୍ମା ଫାଇଦା ଉଠାଇଥିଲେ। ତାଙ୍କ ଗୋଟିଏ ଓଭରରେ ରୋହିତ ୪ଟି ଚୌକା ମାରିଥିଲେ। ରୋହିତଙ୍କ ଆକ୍ରମଣାତ୍ମକ ମନୋଭାବ ଦେଖି ପ୍ରଶଂସକମାନେ ସୋସିଆଲ ମିଡିଆରେ କିଛି ମଜାଳିଆ ଟୁଇଟ୍‌ କରିଥିଲେ। ପ୍ରଶଂସକମାନେ ଥଟ୍ଟା କରି ରୋହିତଙ୍କୁ ପିଲାଟି (ସାମ କରନ)କୁ କଷ୍ଟ ନ ଦେବାକୁ ନିବେଦନ କରିଥିଲେ।
ଦିନିକିଆ ଏବଂ ଟି -୨୦ କ୍ରିକେଟରେ ଜୋରଦାର ବ୍ୟାଟିଂ କରିଥିବା ରୋହିତ ଶର୍ମା ଇଂଲଣ୍ଡ ଟେଷ୍ଟ ସିରିଜରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି। ରୋହିତ ଶର୍ମା ନଟିଂହାମ ଟେଷ୍ଟରେ ୩୬ ରନ ପାଇଁ ୧୦୭ ବଲ ଖେଳିଥିଲେ।

Share