Categories: ଖେଳ

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଆଡିଲେଡ,୧୦।୧୧: ଟି-୨୦ ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲରେ ଆଜି ଭାରତ ଇଂଲଣ୍ଡକୁ ଭେଟିବ। ଗ୍ରୁପ-୧ରେ ଦ୍ୱିତୀୟ ରହି ଇଂଲଣ୍ଡ ଏବଂ ଭାରତ ଦଳ ଗ୍ରୁପ-୨ରେ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ନଭେମ୍ବର ୧୦ ଅପରାହ୍ନ ୧.୩୦ରେ ଆରମ୍ଭ ହେବ। ଏହି ମ୍ୟାଚ ଆଡିଲେଡ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଯଦି ବର୍ଷା ହେତୁ ନିର୍ଦ୍ଧାରିତ ଦିନରେ ମ୍ୟାଚ ଖେଳାଯାଇ ନ ପାରେ, ତେବେ ପରଦିନ ଖେଳାଯିବ। ଅର୍ଥାତ୍‌ ସେମିଫାଇନାଲ ମ୍ୟାଚ ପାଇଁ ଏକ ରିଜର୍ଭ ଦିନ ରଖାଯାଇଛି।
ଟି-୨୦ ବିଶ୍ୱକପ ୨୦୨୨ର ସମସ୍ତ ମ୍ୟାଚ ପାଇଁ ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ନିକଟରେ ପ୍ରସାରଣ ଅଧିକାର ରହିଛି। ସେମିଫାଇନାଲ ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ କରାଯିବ। ଏହା ସହିତ, ଡିଜ୍‌ନୀ + ହଟଷ୍ଟାର୍‌ ଆପ ରେ ଲାଇଭ ଷ୍ଟ୍ରିମିଂ ଦେଖିବାକୁ ମିଳିବ।

Share