Categories: ଖେଳ

ହାତଯୋଡି ମୁଣ୍ଡ ନୁଆଁଇଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ…

ପୁଣେ, ୨୯।୩: ଭାରତ ବିପକ୍ଷ ତୃତୀୟ ଦିନିକିଆରେ ବେନ ଷ୍ଟୋକ୍‌ସ ୩୯ ବଲରେ ୩୫ ରନ୍‌ କରି ଟି ନଟରାଜନଙ୍କ ବଲରେ ଆଉଟ ହୋଇଥିଲେ। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ହାତଯୋଡି ପଡ଼ିଆରେ ନତମସ୍ତକ ହୋଇ ସମସ୍ତ ଖେଳାଳିଙ୍କୁ କ୍ଷମା ମାଗିଥିଲେ। ହାର୍ଦ୍ଦିକଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ହାର୍ଦ୍ଦିକ ହାତ ଯୋଡି କ୍ଷମା ମାଗିବାର କାରଣ ମଧ୍ୟ ଭିନ୍ନ।
ବାସ୍ତବରେ ଷ୍ଟୋକ୍‌ସଙ୍କ ଏକ କ୍ୟାଚ୍‌କୁ ହାର୍ଦ୍ଦିକ ଛାଡିଦେଇଥିଲେ। ଏହା ପରେ ଭାରତୀୟ ଖେଳାଳିମାନେ ନିରାଶ ହେବା ସହ କ୍ରୋଧିତ ହୋଇଯାଇଥିଲେ। ହାର୍ଦ୍ଦିକଙ୍କ ଦ୍ୱାରା ଏହି କ୍ୟାଚ୍‌ ମାସ୍‌ ହୋଇଯିବ ତାହା କେହି ବିଶ୍ୱାସ ମଧ୍ୟ କରିପାରି ନ ଥିଲେ। ତେଣୁ ଇଂଲଣ୍ଡ ଇନିଂସର ଏକାଦଶ ଓଭରରେ ଭାରତୀୟ ବୋଲର ଟି. ନଟରାଜନ ବେନ୍‌ ଷ୍ଟୋକ୍‌ସଙ୍କୁ ଆଉଟ କରିଥିଲେ। ନଟରାଜନଙ୍କ ଏକ ଫୁଲଟସ ବଲକୁ ଷ୍ଟୋକ୍ସ ବାଉଣ୍ଡ୍ରୀକୁ ମାରିଥିଲେ, ଯାହାକୁ ଧୱନ କ୍ୟାଚ କରିନେଇଥିଲେ। ଏହି କ୍ୟାଚ ଧରିଥିବାରୁ ମୁଣ୍ଡ ନୁଆଁଇଥିଲେ ହାର୍ଦ୍ଦିକ।

Share