Categories: ଖେଳ

ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ମାତ୍ରେ ଜୋଶ୍‌ରେ ଏମିତି ଟୁଇଟ୍‌ କରିଦେଲେ ମହାନ କ୍ରିକେଟର୍‌

ଲଣ୍ଡନ,୬।୮: ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ଟେଷ୍ଟର ଦ୍ୱିତୀୟ ଦିନରେ ବର୍ଷା ବ୍ୟାହତ ହୋଇଥିଲା ଏବଂ ଦିନସାରା କେବଳ ୩୩.୪ ଓଭର ବୋଲିଂ କରାଯାଇପାରେ। ତେବେ ଏହି ୨୦୨ ବଲରେ ବହୁତ କିଛି ଦେଖିବାକୁ ମିଳିଥିଲା। ଭାରତୀୟ କ୍ରିକେଟ ପ୍ରଶଂସକମାନେ କେ.ଏଲ ରାହୁଲ ଏବଂ ରୋହିତ ଶର୍ମା ମଧ୍ୟରେ ଭଲ ଓପନିଂ ଭାଗିଦାରୀ ହୋଇଥିଲା। କେ.ଏଲ ରାହୁଲଙ୍କ ଅର୍ଦ୍ଧଶତକ ପରେ ଭାରତର ୪ଟି ବଡ ବ୍ୟାଟ୍ସମ୍ୟାନ ମାତ୍ର ୧୫ ରନ ମଧ୍ୟରେ ଆଉଟ୍‌ ହୋଇଥିଲେ। ଟିମ ଇଣ୍ଡିଆର ପ୍ରଥମ ଉଇକେଟ ୯୭ରନ୍‌ରେ ପଡିଥିଲା, କିନ୍ତୁ ୧୧୨ ରନ ପୂର୍ବରୁ ଦଳ ଚେତେଶ୍ୱର ପୂଜାରା, ବିରାଟ କୋହଲି ଏବଂ ଅଜିଙ୍କେ ରାହାନେଙ୍କ ଉଇକେଟ ହରାଇଥିଲା। ଏହା ପରେ ଉଇକେଟ କିପର ରିଷଭ ପନ୍ତ କ୍ରିଜରେ ପାଦ ଦେଇଥିଲେ ଏବଂ ସେ ପହଞ୍ଚିବା ମାତ୍ରେ ଇଂଲଣ୍ଡ ଉପରେ ଆକ୍ରମଣ ନୀତି ଆପଣେଇଥିଲେ। ପନ୍ତଙ୍କ ଏହି ଚିନ୍ତାଧାରା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ବ୍ରାଏନ ଲାରାଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ସେ ଟୁଇଟ୍‌କରି ଏହା ମଧ୍ୟ ପ୍ରକାଶ କରିଥିଲେ।
ବ୍ରାଏନ ଲାରା ଟୁଇଟ୍‌ କରି ଲେଖିଥିଲେ- ଠିକ ଏହି ପରି ରିଷଭ ପନ୍ତ। ସେମାନଙ୍କ ଉପରେ ଆକ୍ରମଣ କରି ସ୍କୋର ବୋର୍ଡକୁ ଆଗକୁ ବଢାନ୍ତୁ। ଜେମ୍ସ ଆଣ୍ଡରସନ କ୍ରମାଗତ ଦୁଇଟି ବଲରେ ଚେତେଶ୍ୱର ପୂଜାରା ଏବଂ ବିରାଟ କୋହଲିଙ୍କୁ ପାଭିଲିୟନକୁ ପଠାଇଥିଲେ। ରାହାନେ ମଧ୍ୟ ଆଉଟ ହୋଇଥିଲେ। ସମସ୍ତେ ଭାବୁଥିଲେ ଯେ ପନ୍ତ କ୍ରିଜରେ ସ୍ଥିର ହେବାକୁ ଚେଷ୍ଟା କରିବେ କିନ୍ତୁ ସେ ନିଜ ଶୈଳୀରେ ଦେଖାଦେଇଥିଲେ। ବର୍ଷା ଯୋଗୁ ଖେଳ ବନ୍ଦ ହେବା ପର୍ଯ୍ୟନ୍ତ ପନ୍ତ ଗୋଟିଏ ଚୌକା ୮ ଟି ବଲରେ ୭ ରନ ସଂଗ୍ରହ କରିଥିଲେ। ଏଥି ସହ କେଏଲ ରାହୁଲ ମଧ୍ୟ ୫୭ ରନରେ ଅପରାଜିତ ରହିଥିଲେ।

Share