Categories: ଖେଳ

କେବଳ ଖେଳ ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ଏହି ଖେଳାଳି

କର୍ନାଟକର ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ସେ ୮.୧ ଓଭର ବୋଲିଂ କରି ୫୪ ରନ୍‌ ଦେଇ ୪ ଉଇକେଟ୍‌ ନେଇଥିଲେ। ୨୫ ବର୍ଷୀୟ କ୍ରିଷ୍ଣା ଏଥିସହ ପ୍ରଥମ ଭାରତୀୟ ବୋଲର ଭାବେ ପଦାର୍ପଣ ମ୍ୟାଚ୍‌ରେ ଏଭଳି  ସଫଳତା ହାସଲ କରି ରାତାରାତି ପ୍ରସିଦ୍ଧ ହୋଇଛନ୍ତି। ଭାରତୀୟ ଦଳର ଏହି ଯୁବ ଖେଳାଳି କେବଳ ଖେଳରେ ନୁହନ୍ତି, ବରଂ ସୋସିଆଲ ମିଡିଆରେ ମଧ୍ୟ ଷ୍ଟାର ଅଟନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୫୫.୪ ହଜାର ଫଲୋଅର୍ସ ରହିଛନ୍ତି। ତାଙ୍କର ଗୋଟିଏ ପୋଷ୍ଟରେ ହଜାର ହଜାର ଲୋକ ପ୍ରତିକ୍ରିୟା ଦେଇଛନ୍ତି।
ନିକଟରେ ମ୍ୟାଚ୍‌ ପୂର୍ବରୁ ସେ ନିଜର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଥିଲେ। ଯେଉଁଥିରେ ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌, କମେଣ୍ଟ କରିବା ସହ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଆଇଲାଣ୍ଡରେ ଛୁଟି କାଟୁଥିବାର ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଉକ୍ତ ଫଟୋକୁ ଶେୟାର କରି ସେ କ୍ୟାପଶନରେ ଲେଖିଥିଲେ, ଯୁବକ, ହିଂସ୍ର ଏବଂ ମୁକ୍ତ। ତାଙ୍କର ପ୍ରାୟ ସମସ୍ତ ଫଟୋକୁ ଦେଖି ପ୍ରଶଂସକମାନେ ଘାଇଲା ହୋଇଯାଆନ୍ତି।

Share