Categories: ଖେଳ

୧୧୦ରେ ଇଂଲଣ୍ଡ ଅଲଆଉଟ୍‌

ଲଣ୍ଡନ,୧୨।୭: ଟି୨୦ ସିରିଜରେ ଇଂଲଣ୍ଡକୁ ପରାଜିତ କରିବା ପରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏହାର ଝଲକ୍‌ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରୁ ସ୍ପଷ୍ଟ ହୋଇଛି। ମଙ୍ଗଳବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟିଂ କରିବାର ସୁଯୋଗ ଦେଉନାହାନ୍ତି। ବିଶେଷକରି ଜସପ୍ରିତ ବୁମ୍‌ରା ଏବଂ ମହମ୍ମଦ ଶାମି ପ୍ରାରମ୍ଭରୁ ଗୋଟିଏ ପରେ ଗୋଟିଏ ଉଇକେଟ ନେଇ ଇଂଲଣ୍ଡ ଟିମ୍‌ର ମେରୁଦଣ୍ଡ ହଲାଇଦେଇଛନ୍ତି। ଫଳରେ ଦଳ ମାତ୍ର ୧୧୦ ରନ୍‌ରେ ଅଲଆଉଟ୍‌ ହୋଇଛି। ବୁମ୍‌ରାଙ୍କୁ ୬ ଉଇକେଟ ମିଳିଥିବା ବେଳେ ଶାମିଙ୍କୁ ୩, ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୋଟିଏ ଉଇକେଟ ମିଳିଛି। ଇଂଲଣ୍ଡ ପକ୍ଷରୁ ଜୋସ ବଟଲର୍‌ ସର୍ବାଧିକ ୩୦ ରନ୍‌ କରିବାରେ ସଫଳ ହୋଇଛନ୍ତି।

Share