Categories: ଖେଳ

ଆଜି ବାଲାଂଦେଶ ବନାମ ଭାରତ

ଆଣ୍ଟିଗୁଆ,୨୯।୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଶନିବାର ଖେଳାଯିବାକୁ ଥିବା କ୍ୱାଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଏହି ମ୍ୟାଚ୍‌ ଆଣ୍ଟିଗୁଆରେ ଭାରତୀୟ ସମୟ ୬.୩୦ରେ ଆରମ୍ଭ ହେବ । ଏହି ମହାମୁକାବିଲା ପୂର୍ବରୁ ଭାରତୀୟ ଅଣ୍ଡର-୧୯ ଟିମକି ଖୁସି ଖବର ମିଳିଛି। କ୍ୱାଟର ଫାଇନାଲ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ୟଶ ଢ଼ୁଲଙ୍କ ସମେତ ପାଞ୍ଚ ଖେଳାଳି କରୋନାରୁ ସୁସ୍ଥ ହୋଇଛନ୍ତି ।

୨୦୨୦ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବିଶ୍ୱକପ ଫାଇନାଲରେ ବାଂଲାଦେଶ ଭାରତକୁ ୩ ଉଇକେଟରେ ପରାସ୍ତ କରି ବିଶ୍ୱ ବିଜେତା ହୋଇଥିଲା । ତେଣୁ ୨୦୨୦ ବିଶ୍ୱକପ ଫାଇନାଲର ପ୍ରତିଶୋଧ ଚଳିତ ବିଶ୍ୱକପର କ୍ୱାଟର ଫାଇନାଲରେ ନେବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ ।

Share