Categories: ଖେଳ

ରବିବାରଠାରୁ ଭାରତ-ବାଲାଂଦେଶ ମୁକାବିଲା ଆରମ୍ଭ: ଜାଣନ୍ତୁ କେବେ-କେଉଁଠି ଦେଖିବେ ସିରିଜ…

ନୂଆଦିଲ୍ଲୀ,୩।୧୨: ନ୍ୟୁଜିଲାଣ୍ଡ ପରେ ଏବେ ବାଲାଂଦେଶ ଗସ୍ତରେ ଟିମ୍‌ ଇଣ୍ଡିଆ। ଦଳ ଏଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ମ୍ୟାଚ୍‌ ଖେଳିବ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ତେବେ ଯଦି ଏହି ସିରିଜକୁ ଆପଣ ଡିଜନି ନଚେତ ଷ୍ଟାର ଚ୍ୟାନେଲରେ ଦେଖିପାରିବେ ବୋଲି ଭାବୁଛନ୍ତି ତାହା ଭୁଲ। କାରଣ ଏସବୁ ପ୍ଲାଟଫର୍ମରେ ସିରିଜର ସିଧା ପ୍ରସାରଣ ହେବ ନାହିଁ। ଆସନ୍ତୁ ଜାଣିବା ପ୍ରଶଂସକ ଏହି ସିରିଜକୁ କେବେ ଏବଂ କେଉଁଠି ଦେଖିପାରିବେ…

-ମ୍ୟାଚ୍‌ ଦିନ , ସମୟ:
ଭାରତ-ବାଲାଂଦେଶ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଡିସେମ୍ବର ୪, ଦ୍ୱିତୀୟ ଡିସେମ୍ବର ୭, ତୃତୀୟ ଡିସେମ୍ବର ୧୦ରେ ଖେଳାଯିବ। ସମସ୍ତ ମୁକାବିଲା ଭାରତୀୟ ସମୟାନୁସାରେ ସକାଳ ୧୧.୩୦ରେ ଏହା ଆରମ୍ଭ ହେବ। ଟସ୍‌ ୧୧ଟାରେ ପଡ଼ିବ। ସେହିଭଳି ଡିସେମ୍ବର ୧୪-୧୮ ପ୍ରଥମ ଟେଷ୍ଟ ଏବଂ ଡିସେମ୍ବର ୨୨-୨୬ ଦ୍ୱିତୀୟ ଟେଷ୍ଟ ଖେଳାଯିବ।

-କେଉଁଠି ଦେଖିବେ:-
ସିରିଜର ପ୍ରସାରଣ ସୋନି ସ୍ପୋଟ୍ସରେ ହେବ। ସୋନି ସ୍ପୋଟ୍ସ ଟେନ୍‌ର ଭିନ୍ନ ଭିନ୍ନ ଚ୍ୟାନେଲରେ ଏହାକୁ ଲାଇଭ୍‌ ଦେଖିହେବ। ଅନଲାଇନ୍‌ରେ ସୋନି ଲିଭ୍‌ରେ ଏହାର ପ୍ରସାରଣକୁ ମଧ୍ୟ ଦେଖାଯାଇପାରେ।

Share