Categories: ଖେଳ

ବାରବାଟୀରେ ଭାରତ, ବାଂଲାଦେଶ ମ୍ୟାଚ

ଭୁବନେଶ୍ୱର,୧୨ା୧୨ (ସ୍ପୋଟର୍‌ସ ବ୍ୟୁରୋ) : ଭାରତରେ ଅନୁଷ୍ଠିତ ଦୃଷ୍ଟିବାଧିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦୃଷ୍ଟିବାଧିତ ଦଳ ଏହାର ତୃତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ଟି ଡିସେମ୍ବର ୧୩ରେ ଖେଳାଯିବ। ୧୨ ତାରିଖରେ ଉଭୟ ଦଳ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ।

ଅପରାହ୍ନ ୧.୫୫ରେ ଭାରତ ଓ ସନ୍ଧ୍ୟା ୬.୧୦ରେ ବାଂଲାଦେଶ ଦଳ ପହଞ୍ଚିବ। ଦୃଷ୍ଟିବାଧିତ କ୍ରିକେଟ ସଂଘ(କାଭି) ଓଡ଼ିଶାକୁ ଏହି ମ୍ୟାଚ୍‌ ଆୟୋଜନର ଦାୟିତ୍ୱ ମିଳିଥିବା ପ୍ରକାଶ କରିଛନ୍ତି ସଭାପତି ଜାଫର ଇକ୍‌ବାଲ। ବିଶ୍ୱକପ୍‌ର ଏହି ମ୍ୟାଚ୍‌ ପାଇଁ ଏଣ୍ଟ୍ରି ମାଗଣା ରହିଥିବା ବେଳେ ଅଧିକରୁ ଅଧିକ ଦର୍ଶକ ଯୋଗଦେବା ପାଇଁ ଇକ୍‌ବାଲ ଅନୁରୋଧ କରିଛନ୍ତି।

Share