Categories: ଖେଳ

ଏସିଆ କପ୍‌ରେ ଆଜି ଭାରତ-ବାଂଲାଦେଶ ମ୍ୟାଚ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ

କଲମ୍ବୋ,୧୫।୯: ଏସିଆ କପ୍‌ର ଶେଷ ସୁପର-୪ ମ୍ୟାଚ୍‌ର ଭାରତ ବାଂଲାଦେଶକୁ ଭେଟିବ। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଶୁକ୍ରବାରରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତୀୟ ଦଳ ଏସିଆ କପରେ ବିଜୟ ଅଭିଯାନ ଜାରି ରଖିବାକୁ ଚାହୁଁଛି। ଭାରତ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ। ଭାରତର ପୂର୍ବରୁ ଫାଇନାଲରେ ପ୍ରବେଶ କରିସାରିଥିବାରୁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭାରତ ପରୀକ୍ଷାନୀରିକ୍ଷା କରିବାକୁ ଚେଷ୍ଟା କରିବ। ରୋହିତ ଶର୍ମାଙ୍କ ଦଳ ଫାଇନାଲରେ ପ୍ରବେଶ କରିସାରିଛି। ସୁପର- ୪ରେ ବାଂଲାଦେଶ ଗୋଟିଏ ବି ବିଜୟ ହାସଲ କରି ନାହିଁ।
ଭାରତ ବନାମ ବାଂଲାଦେଶ ଏସିଆ କପ ସୁପର -୪ ମ୍ୟାଚ ଖେଳାଯିବ। କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଭାରତ-ବାଂଲାଦେଶ ଏସିଆ କପ ସୁପର-୪ ମ୍ୟାଚ ଖେଳାଯିବ। ଏହି ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଟସ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୨.୩୦ରେ ହେବ। ଏହି ମ୍ୟାଚ ଷ୍ଟାର ସ୍ପୋର୍ଟସ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ବିଭିନ୍ନ ଚ୍ୟାନେଲରେ ଆପଣ ଏହି ମ୍ୟାଚ ବିଭିନ୍ନ ଭାଷାରେ ଦେଖିପାରିବେ। ଦର୍ଶକମାନେ ଡିଡି ସ୍ପୋର୍ଟସରେ ମାଗଣାରେ ମ୍ୟାଚ ଦେଖିପାରିବେ। ଡିଜ୍‌ନୀ + ହଟଷ୍ଟାର୍‌ ଆପରେ ଆପଣ ଏହି ମ୍ୟାଚ ଅନଲାଇନରେ ଦେଖିପାରିବେ।

Share