Categories: ଖେଳ

ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଲାଂଦେଶ

ଢାକା,୨୨।୧୨: ଭାରତ-ବାଲାଂଦେଶ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବାଲାଂଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଛି। ତେବେ ଭାରତୀୟ ଟିମ୍‌ରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିନାହିଁ। ତାଙ୍କ ସ୍ଥାନରେ ଜୟଦେବ ଉନାଦକଟଙ୍କୁ ସାମିଲ କରାଯାଇଛି।

କହିରଖୁଛୁ, ଚଟ୍ଟୋଗ୍ରାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ବିଜୟ ହାସଲ କରିଥିଲା। ଦଳ ୧-୦ରେ ସିରିଜରେ ଆଗୁଆ ରହିଥିବା ବେଳେ ଆଜିର ମ୍ୟାଚ୍‌ ଜିତି ଭାରତ ନିଶ୍ଚିତ ଭାବେ ସିରିଜ ଜିତିବାକୁ ଚାହିଁବ।

Share