Posted inଖେଳ

ଭାରତ ଆଜି ଅଷ୍ଟ୍ରେଲିଆକୁ ଭେଟିବ:ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍‌..

ଗ୍ରସ୍‌ ଆଇସ୍‌ଲେଟ୍‌, ୨୩।୬(ପି.ଟି.):ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଏହାର ଶେଷ ସୁପର-୮ ମ୍ୟାଚ୍‌ ସୋମବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ ମ୍ୟାଚ୍‌ ଜିତି ୪ ପଏଣ୍ଟ ସହ ଗ୍ରୁପ୍‌-୧ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ରବିବାର ଆଫଗାନିସ୍ତାନଠାରୁ ହାରିଯାଇଥିବାରୁ ଆଶଙ୍କାରେ ରହିଛି। ଏହି ଦଳ ୨ ମ୍ୟାଚରୁ ୧ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ତୃତୀୟ ସ୍ଥାନରେ ଥିବା ଆଫଗାନିସ୍ତାନ ଏହାର ଶେଷ ସୁପର-୮ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଖେଳିବାର ଅଛି। ଯଦି ଆସନ୍ତା ମ୍ୟାଚ୍‌ରେ ଭାରତ ନିକଟରୁ ଅଷ୍ଟ୍ରେଲିଆ ହାରେ ଏବଂ ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନ ବିଜୟ ହାସଲ କରେ ତେବେ ଭାରତ ଓ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବେ। ବାଂଲାଦେଶ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିବାରୁ ଆଫଗାନିସ୍ତାନର ଆଶା ବଢ଼ିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଭାରତ ବିଜୟ ବଜାୟ ରଖି ସେମିଫାଇନାଲ ପ୍ରବେଶ ଆଶା ରଖିଛି।
ସୁପର-୮ରେ ଭାରତ କ୍ରମାଗତ ୨ଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିଛି। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି କ୍ରମେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଶିବମ୍‌ ଦୁବେ ମଧ୍ୟ ବାଂଲାଦେଶ ବିପକ୍ଷରେ ୨୪ ବଲ୍‌ରୁ ୩୪ ରନ୍‌ କରି ନିଜ ସମାଲୋଚକଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ୩ ନମ୍ବର ସ୍ଥାନରେ ଆସୁଥିବା ରିଷଭ ପନ୍ତ ଭଲ ଆରମ୍ଭ କରୁଥିଲେ ମଧ୍ୟ ତାଙ୍କ ରିଭର୍ସ ହିଟ୍‌ ଶଟ୍‌ରେ ରହିଥିବା ତ୍ରୁଟିକୁ ସୁଧାରିବା ଆବଶ୍ୟକ। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଭଲ ପ୍ରଦର୍ଶନ କରିବା ଭାରତ ପାଇଁ ଅନେକ ସମସ୍ୟାର ସମାଧାନ କରିଛି। ବିଳମ୍ବରେ ସୁଯୋଗ ପାଇଥିବା କୁଲଦୀପ ଯାଦବ ମ୍ୟାଚ୍‌ ବିଜୟୀ ଅବଦାନ ଦେବାରେ ସକ୍ଷମ ହୋଇଛନ୍ତି। ଦଳ ବିଜୟ ପଥରେ ଥିବାରୁ ଏବଂ ସମ୍ମୁଖରେ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ଥିବାରୁ ଭାରତୀୟ ପ୍ଲେଇଂ କମ୍ବିନେଶନରେ ପରିବର୍ତ୍ତନର ସମ୍ଭାବନା ନାହିଁ। ଶନିବାର ରାତିରେ ସେଣ୍ଟ ଲୁସିଆରେ ପହଞ୍ଚତ୍ଥିବା ଭାରତୀୟ ଦଳ ଟ୍ରେନିଂ ନ କରି ବିଶ୍ରାମକୁ ପସନ୍ଦ କରିଥିଲା। ଡାରେନ ସାମି କ୍ରିକେଟ ଷ୍ଟାଡିୟମରେ ସାଧାରଣତଃ ହାଇ-ସ୍କୋରିଂ ମ୍ୟାଚ୍‌ ହୋଇଥାଏ। ମାତ୍ର ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ୧୬୪ ରନ ଚେଜ୍‌ କରିବାକୁ ସକ୍ଷମ ହୋଇ ନ ଥିଲା। ତେଣୁ ଏଠାରେ ସ୍ଲୋ ବୋଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ସେଣ୍ଟ ଲୁସିଆରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟସ ଏବଂ ଡିଡି ସ୍ପୋର୍ଟସରେ ଏହି ମ୍ୟାଚ୍‌ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri