Posted inଖେଳ

ବିରାଟ କୋହଲିଙ୍କୁ ଘୃଣା କରିବାକୁ ପସନ୍ଦ କରନ୍ତି ଅଷ୍ଟ୍ରେଲିୟ ଖେଳାଳି: ଟିମ୍‌ ପୈନ୍‌

ସିଡନୀ,୧୪।୧୧: ଡିସେମ୍ବର ୧୭ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜ୍‌ ଖେଳାଯିବ। ୪ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବା ପାଇଁ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ତେବେ ୨୦୧୮-୧୯ ସିରିଜରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଇତିହାସ ରଚିଥିଲା ଭାରତ। ଏହି ଅବସରରେ ଦୁଇ ଅଧିନାୟକ ଟିମ ପୈନ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ତଗଡ଼ା ବିବାଦ ଦେଖିବାକୁ ମିଳିଥିଲା। ନିକଟରେ ପୈନ୍‌ ଏକ ସାକ୍ଷାତକାରରେ କୋହଲିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ପୈନ୍‌ କହିଛନ୍ତି, ମୋତେ ବିରାଟଙ୍କ ବିଷୟରେ ଅନେକ ପ୍ରଶ୍ନ କରାଯାଏ। ସେ ମୋ ପାଇଁ ଅନ୍ୟ ଖେଳାଳିଙ୍କ ଭଳି। ମୋତେ ସେ ବେଶି ହଇରାଣ କରନ୍ତି ନାହିଁ। ହେଲେ ଯଦି ସତ କହିବି ତେବେ ତାଙ୍କ ସହ ମୋ ସମ୍ପର୍କ ବହୁତ ମଜଭୂତ ନୁହେଁ। ଟସ୍‌ ସମୟରେ ତାଙ୍କ ସହ ଦେଖାହୁଏ। ତାଙ୍କ ବିପକ୍ଷରେ ମୁଁ ଖେଳେ। ବିରାଟଙ୍କୁ ଅଷ୍ଟ୍ରେଲିୟ ଖେଳାଳି ଘୃଣା କରିବାକୁ ପସନ୍ଦ କରନ୍ତି, ହେଲେ କ୍ରିକେଟର ପ୍ରଶଂସକ ଭାବେ ତାଙ୍କ ଖେଳ ସମସ୍ତେ ପସନ୍ଦ କରନ୍ତି। ଗୋଟିଏ ପଟେ ଆମେ ତାଙ୍କ ଖେଳ ପସନ୍ଦ କରୁଥିବା ବେଳେ ଅନ୍ୟପକ୍ଷେ ସେ ବେଶି ରନ୍‌ କରନ୍ତୁ ନାହିଁ ବୋଲି ଚାହୁଁ। ଅନେକ ସମୟରେ ତାଙ୍କ ମୋ ଭିତରେ ତୁତୁମେମେ ହୋଇଛି।

ଏହାପଛରେ ଆମ ଅଧିନାୟକତ୍ୱ ନୁହେଁ ବରଂ ଅନ୍ୟ କାରଣ ରହିଛି। ଯେତେବେଳେ କେହି ଭଲ ଖେଳେ ଆମକୁ ଚିନ୍ତା ଲାଗେ। ଚଳିତ ବର୍ଷ ଅଷ୍ଟ୍ରେଲିଆ ଟିମ୍‌ରେ ସ୍ଟିଭ୍‌ ସ୍ମିଥ୍‌ ଏବଂ ଡେଭିଡ ଓ୍ବାର୍ନର ସାମିଲ ଅଛନ୍ତି। ଏଣୁ ସିରିଜ୍‌ଟି ରୋମାଞ୍ଚକର ହେବ। ଏହାକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri