ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଏଥିରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍‌ କରି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଆମେ ସମସ୍ତେ ଅଷ୍ଟ୍ରେଲିଆରେ ଭାରତୀୟ ଦଳର ବିଜୟରେ ବହୁତ ଖୁସି ଅଛୁ। ଭାରତୀୟ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଥିଲା। ଖେଳାଳିମାନଙ୍କ ମଧ୍ୟ ଦୃଢ ସଂକଳ୍ପ ଦେଖିବାକୁ ମିଳିଥିଲା।ତୁମ ସମସ୍ତଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛ ବୋଲି ମୋଦି ନିଜ ଟୁଇଟ୍‌ରେ କହିଛନ୍ତି।

Share