Categories: ଖେଳ

୧୯୯୨ ବିଶ୍ୱକପ୍‌ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ ଭାରତୀୟ ଦଳ

ସିଡନୀ.୨୪।୧୧: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜରେ ଭାରତୀୟ ଦଳ ନୂଆ ଜର୍ସିରେ ପଡିଆକୁୁ ଓହ୍ଲାଇବ। ୧୯୯୨ ୱାଲର୍‌ଡ କପରେ ଭାରତୀୟ ଦଳ ଯେଉଁ ଭଳି ଜର୍ସି ପିନ୍ଧିଥିଲା ସେଭଳି ଜର୍ସି ପିନ୍ଧି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବ୍ୟାଚ୍‌ ଖେଲିବେ ବୋଲି ଜଣାପଡିଛି। ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନ ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ନୂଆ ଜର୍ସି ପିନ୍ଧି ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋ କ୍ୟାପସନ୍‌ରେ ସେ ଲେଖିଛନ୍ତି, ‘ନୂଆ ଜର୍ସି, ନୂଆ ଉତ୍ସାହ, ଆମେ ପ୍ରସ୍ତୁତ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଟିମ ଏହି ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ। ଭାରତୀୟ ଟିମର ଏହି ନୂଆ ଜର୍ସିର ରଙ୍ଗ ନେଭି ବ୍ଲୁ ଓ ଏହାର ତଳଭାଗରେ ମଧ୍ୟ ଏହି ରଙ୍ଗ ରହିଛି। ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୨୭ ତାରିଖରେ ଖେଳାଯିବ।

Share