Categories: ଖେଳ

ପିଚ୍‌ ଖରାପ କରୁଥିବାବେଳେ ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୧୧।୧: ଦୁଇ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ ଟାମ୍ପରିଂ କରି ଧରା ପଡିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ପୁରୁଣା ପ୍ରକୃତି ମନେ ପଡିଯାଇଛି। ଭାରତ ବିପକ୍ଷ ସିଡନୀ ଟେଷ୍ଟ ସମୟରେ ଗୋଡରେ ପିଚ୍‌ ଖରାପ୍‌ କରୁଥିବାବେେଳେ ସେ ଧରାପଡିଛନ୍ତି। ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆ ସମ୍ମୁଖରେ ବିଜୟ ପାଇଁ ୪୦୭ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଚମ ଦିନରେ ରିଷଭ ପନ୍ତ ଏବଂ ଚେତେଶ୍ୱର ପୂଜାରାଙ୍କ ସର୍ବୋତ୍ତମ ଇନିଂସ ଆଧାରରେ ଭାରତ ଧୀରେ ଧୀରେ ବିଜୟ ଆଡକୁ ଗତି କରୁଛି। ଅଷ୍ଟ୍ରେଲୀୟ ବୋଲର ବିଶେଷକରି ନାଥନ ଲିଅନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଆୟୋଜକ ଦଳ ଏହି ଯୋଡିକୁ ଭାଙ୍ଗିବା ପାଇଁ ଶତ ଚେଷ୍ଟା କରିଥିଲେ, ଏହି ସମୟରେ ସ୍ମିଥ୍‌ ପିଚ୍‌ ଖରାପ୍‌ କରୁଥିତ୍ବା ଏକ କ୍ୟାମେରାରେ କଏଦ ହୋଇଯାଇଥିଲା।
ମ୍ୟାଚ୍‌ର ଶେଷ ଅର୍ଥାତ୍‌ ପଞ୍ଚମ ଦିନର ପ୍ରଥମ ଅଧିବେଶନରେ ଡ୍ରିଙ୍କ୍ସ ବ୍ରେକ୍‌ ସମୟରେ ଖେଳ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଅଷ୍ଟ୍ରେଲୀୟ ଖେଳାଳି ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ କରୁଥିତ୍ବା ପିଚ୍‌ ଚିହ୍ନକୁ ଗୋଡରେ ଲିଭାଇ ଦେବାକୁ ଚେଷ୍ଟା କରିଥିଲେ। ଏହା ପରେ ପନ୍ତ ଉଇକେଟ ନେଇଥିଲେ। ୪୯ ନମ୍ବର ଜର୍ସି ଥିବା ପ୍ଲେୟାର ଷ୍ଟମ୍ପ କ୍ୟାମେରାରେ ତାଙ୍କ ଗୋଡରେ ମାର୍କ ଲିଭାଉଥିବା ଦେଖାଯାଉଛି ଏବଂ ଏହି ଜର୍ସି ନମ୍ବର ସ୍ମିଥଙ୍କ ବ୍ୟତୀତ ଅନ୍ୟ କାହାର ନୁହେଁ। ଏହା ପରେ ସ୍ମିଥଙ୍କ ଖେଳ ଭାବନା ଉପରେ ପ୍ରଶ୍ନ ଉଠିଛି। କେବଳ ଏତିକି ନୁହେଁ, ଏହା ଆଇସିସି ନିୟମର ଉଲ୍ଲଂଘନ ମଧ୍ୟ ଅଟେ। ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଷ୍ଟିଭ ସ୍ମିଥ ଏବଂ ଡେଭିଡ ୱାର୍ନର ବଲ୍‌ ଘଷୁଥିବା ଦେଖାଯାଇଥିଲା। ସେତେବେଳେ ଉଭୟ ଯଥାକ୍ରମେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଏବଂ ଉପ-ଅଧିନାୟକ ଥିଲେ। ଏହା ପରେ ଉଭୟ ଖେଳାଳିଙ୍କୁ ନିଲମ୍ବିତ କରାଯାଇଥିଲା।

Share