Categories: ଖେଳ

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବୋର୍ନ,୨୯।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ସିରିଜ୍‌ ୧-୧ ବରାବର ରହିଛି। ଭାରତୀୟ ଦଳ ପାଇଁ ଏହା ଏକ ଖୁସି ଖବର ହୋଇଥିବାବେଳେ ଦଳ ପାଇଁ ଆଉ ଏକ ଆଶ୍ୱସ୍ତିକର ଖବର ଆସିଛି। ଡିସେମ୍ବର ୩୦ରେ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଭାରତୀୟ ଶିବିରରେ ଯୋଗଦେବେ। ତେବେ ସେ ତୃତୀୟ ଟେଷ୍ଟ ଖେଳିବା ସମ୍ଭାବନା ରହିଛି। ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ରେ ତାଲିମ ପରେ ରୋହିତ ଶର୍ମା ଡିସେମ୍ବର ୧୬ରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ସେ ଏବେ ସିଡନୀରେ ୧୪ଦିନିଆ କ୍ୱାରାଣ୍ଟାଇନ୍‌ ଅବଧି ସମାପ୍ତ କରୁଛନ୍ତି। ରୋହିତ ଶର୍ମା ଦଳକୁ ଫେରିବା ପରେ ଭାରତୀୟ ଦଳରେ ଓପନିଂ ସମସ୍ୟାର ସମାଧାନ ହୋଇପାରିବ। ଏହାସହ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହେବେ। ସିଡନୀରେ ତୃତୀୟ ଟେଷ୍ଟ ୭ରୁ ୧୧ ଜାନୁୟାରୀ ପର୍ଯ୍ୟନ୍ତ ଖେଳାଯିବ।

Share