Categories: ଖେଳ

କୋହଲିଙ୍କ ବିନା ଭାରତ ଯଦି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ବିଜୟ ହୁଏ ତେବେ…

କାନବେରା,୧।୧୨: ଅଷ୍ଟ୍ରେଲିଆ ଗସ୍ତରେ ଏକଦିବସୀୟ ଏବଂ ଟି-୨୦ ସିରିଜ ପରେ ଟିମ ଇଣ୍ଡିଆକୁ ୪ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡି। ଏହି ସିରିଜ ଟିମ ଇଣ୍ଡିଆ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହେବ କାରଣ ଦଳର ନିୟମିତ ଅଧିନାୟକ ବିରାଟ କୋହଲି କେବଳ ଗୋଟିଏ ଟେଷ୍ଟ ମ୍ୟାଚ ଖେଳି ଭାରତ ଫେରିବେ। କୋହଲି ପିତା ହେବାକୁ ଯାଉଛନ୍ତି, ତେଣୁ ପ୍ରଥମ ଟେଷ୍ଟ ପରେ ସେ ପୈତୃକ ଛୁଟିରେ ରହିବେ। ଅନେକ ଭେଟେରାନ ବିରାଟ କୋହଲିଙ୍କ ଅନୁପସ୍ଥିତିକୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ବିପର୍ଯ୍ୟୟ ବୋଲି ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ମଧ୍ୟ ସମାନ କଥା କହିଛନ୍ତି। ମାଇକେଲ କ୍ଲାର୍କ କହିଛନ୍ତି ଯେ ବିରାଟ କୋହଲି ଉଭୟ ଅଧିନାୟକ ଏବଂ ବ୍ୟାଟ୍ସମ୍ୟାନ। କିଏ ତାଙ୍କ ସ୍ଥାନରେ ବ୍ୟାଟିଂ କରିବ। କେ.ଏଲ ରାହୁଲ ଅତ୍ୟନ୍ତ ଦକ୍ଷ, ସେ ଏହା ପୂର୍ବରୁ ଏଠାରେ ଖେଳିଛନ୍ତ। କିନ୍ତୁ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କ କ୍ଷତିପୂରଣ ଦେଇ ପାରିବେ ନାହିଁ। ଅଜିଙ୍କେ ରାହାଣେ ଜଣେ ଭଲ ଖେଳାଳି, ସେ ଅଧିନାୟକ ଦାୟିତ୍ୱ ସମ୍ଭାଳି ପାରିବେ। କ୍ଲାର୍କ ଆହୁରି କହିଛନ୍ତି, ଯଦି ବିରାଟଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ନିଜ ଘରୋଇ ଟେଷ୍ଟ ସିରିଜରେ ପରାସ୍ତ କରିଛି, ତା’ହେଲେ ଏହାଠାରୁ ଭଲ କିଛି ହୋଇପାରିବ ନାହିଁ। ଟିମ ଇଣ୍ଡିଆ ଏହା ପରେ ଏକ ବର୍ଷ ପାଇଁ ଉତ୍ସବ ପାଳନ କରିପାରିବ କାରଣ ଏହା ଏକ ବଡ଼ ସଫଳତା ହୋଇପାରେ। ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ରେକର୍ଡ ଅଷ୍ଟ୍ରେଲିଆରେ ଜବରଦସ୍ତ ରହିଛି। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ୧୨ଟି ଟେଷ୍ଟରେ ହାରାହାରି ୫୫.୩୯ରେ ସେ ୧୨.୭୪ ରନ ସଂଗ୍ରହ କରିଛନ୍ତି। ବିରାଟ କୋହଲି ଅଷ୍ଟ୍ରେଲିଆରେ ୬ଟି ଶତକ ହାସଲ କରିଛନ୍ତି।

Share