Categories: ଖେଳ

୭୦ ବର୍ଷ ରେକର୍ଡ ଭାଙ୍ଗିଦେଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ବ୍ରିସବେନ୍‌ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ତୃତୀୟଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ହାତେଇଛି। ଏହି ଐତିହାସିକ ବିଜୟ ପରେ ଦେଶରେ ଉତ୍ସବର ମାହୋଲ ରହିଛି। ଏହି ବିଜୟ ସହିତ ଭାରତ ଗାବାରେ ୭୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଇଛି। ଏହାପୂର୍ବରୁ ୧୯୫୧ରେ ଓ୍ବେଷ୍ଟଇଣ୍ଡିଜ୍‌ ଗାବାରେ ସର୍ବାଧିକ ରନ୍‌ର ପିଛା କରି ବିଜୟ ହାସଲ କରିଥିଲା। ଓ୍ବେଷ୍ଟଇଣ୍ଡିଜ୍‌ ୨୩୬ ରନ୍‌ କରି ବିଜୟ ହାସଲ କରିଥିବାବେଳେ ଭାରତ ୩୨୮ରନ୍‌ ଟାର୍ଗେଟ ପିଛା କରି ବିଜୟ ହାସଲ କରିଛି। ଏହାସହ ଅଷ୍ଟ୍ରେଲିଆ ଗତ ୩୩ ବର୍ଷ ହେବ ବ୍ରିସବେନ୍‌ର ଆଦୌ ପରାସ୍ତ ହୋଇ ନ ଥିଲା। କିନ୍ତୁ ଏଥର ଭାରତ ଘରୋଇ ଦଳରକୁ ଗାବାରେ ପରାସ୍ତ କରିଛି।

Share