Posted inଖେଳ

ଅଷ୍ଟ୍ରେଲୀୟ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିୟମ ନ ମାନି ପାରିଲେ ବ୍ରିସବେନ୍‌ ନ ଆସୁ ଭାରତୀୟ ଦଳ

ବ୍ରିସବେନ୍‌,୩।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କୁଇନ୍ସଲ୍ୟାଣ୍ଡରେ ଆଇସୋଲେଶନର କଡା ନିୟମ ଯୋଗୁ ଭାରତୀୟ ଦଳ ବ୍ରିସବେନ ଯିବାକୁ ଚାହୁଁନାହାଁନ୍ତି ଏବଂ ଏହା ବଦଳରେ ସିଡନୀରେ କ୍ରମାଗତ ଦୁଇଟି ମ୍ୟାଚ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଚତୁର୍ଥ ଟେଷ୍ଟ ମ୍ୟାଚ ଜାନୁଆରୀ ୧୫ରୁ ବ୍ରିସବେନରେ ଖେଳାଯିବ। କୁଇନ୍ସଲ୍ୟାଣ୍ଡ ସରକାରର ବିରୋଧୀଦଳ ନେତାମାନେ ଏହି ପ୍ରସଙ୍ଗରେ ନିଜ ମତ ପ୍ରକାଶ କରିଛନ୍ତି। ରାଜ୍ୟର ଛାୟା ସ୍ବାସ୍ଥ୍ୟମନ୍ତ୍ରୀ ରୋଜ ବେଟ୍ସ କହିଛନ୍ତି ଯେ. ଯଦି ଭାରତୀୟମାନେ ନିୟମ ଅନୁଯାୟୀ ଖେଳିବାକୁ ଚାହୁଁନାହାଁନ୍ତି, ତେବେ ସେମାନେ ଏଠାକୁ ଆସିବା ଉଚିତ୍‌ ନୁହେଁ। ରାଜ୍ୟର ଛାୟା କ୍ରୀଡା ମନ୍ତ୍ରୀ ଟିମ ମାଣ୍ଡେର୍‌ କହିଛନ୍ତି ଯେ ଯଦି ଭାରତୀୟ କ୍ରିକେଟ ଦଳ ଚତୁର୍ଥ ଟେଷ୍ଟ ପାଇଁ ବ୍ରିସବେନ୍‌ରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଚାହୁଁନାହାଁନ୍ତି, ତେବେ ସେମାନେ ଏଠାକୁ ଆସିବା ଉଚିତ୍‌ ନୁହେଁ। ଅଷ୍ଟ୍ରେଲିଆରେ ବିରୋଧୀ ଦଳ ମଧ୍ୟ ସରକାରଙ୍କ ପରି କ୍ୟାବିନେଟ ଗଠନ କରନ୍ତି, ଯଦିଓ ସେମାନଙ୍କର କାର୍ଯ୍ୟର୍ନିବାହୀ କ୍ଷମତା ନାହିଁ। ତାଙ୍କୁ ଛାୟା ମନ୍ତ୍ରୀ କୁହାଯାଏ। ଭାରତୀୟ ଦଳର ଏକ ସୂତ୍ର ଅନୁଯାୟୀ, ଅଷ୍ଟ୍ରେଲିଆରେ ପହଞ୍ଚିବା ପୂର୍ବରୁ ଭାରତୀୟ ଦଳ ଦୁବାଇରେ ୧୪ ଦିନ କ୍ୱାରାଣ୍ଟାଇନରେ ଥିଲେ ଏବଂ ପୁନର୍ବାର ଏଠାରେ ୧୪ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହାର ଅର୍ଥ ହେଉଛି ପ୍ରାୟ ଏକ ମାସ ଧରି ଏକ କଷ୍ଟଦାୟକ ବାୟୋ ବବୁଲରେ ରହିଛୁ। ଯାତ୍ରା ଶେଷରେ ପୁନର୍ବାର କ୍ୱାରାଣ୍ଟାଇନ ହେବାକୁ ଚାହୁଁନାହଁି ଭାରତୀୟ ଦଳ। ତେଣୁ ବ୍ରିସବେନ ଯିବାକୁ ଚାହୁଁ ନାହିଁ। ଟିମ ଇଣ୍ଡିଆ ସୋମବାର ସିଡନୀ ଅଭିମୁଖେ ଯାତ୍ରା କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri