Categories: ଖେଳ

ବୁମ୍‌ରାଙ୍କ ବଲ୍‌ରେ ଇତିହାସ ରଚିଲେ ଏହି ଅଷ୍ଟ୍ରେଲିଆ ଖେଳାଳି

ସିଡନୀ,୨୭।୧୧: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଇତିହାସ ସୃଷ୍ଟି କରିଛନ୍ତି। କିମ୍ବଦନ୍ତୀ କ୍ରିକେଟର ଡିନ ଜୋନ୍ସଙ୍କୁ ପଛରେ ପକାଇ ସେ ଏକ ରେକର୍ଡ ହାସଲ କରିଛନ୍ତି। ଫିଞ୍ଚ ଏକଦିବସୀୟ କ୍ରିକେଟରେ ୫୦୦୦ ରନ ପୂରଣ କରିଛନ୍ତି। ଷଷ୍ଠ ଓଭରରେ ଫିଞ୍ଚ ଜଶପ୍ରୀତ ବୁମରାଙ୍କ ପଞ୍ଚମ ବଲରୁ ଗୋଟିଏ ୍‌ସିଙ୍ଗଲ ନେଇ ଏକଦିବସୀୟ କ୍ରିକେଟରେ ୫୦୦୦ରନ ମଧ୍ୟ କରିଥିଲେ। ୫୦୦୦ ଏକଦିବସୀୟ ରନ ପୂରଣ କରିବାରେ ସେ ଦ୍ୱିତୀୟ ଦ୍ରୁତତମ ଅଷ୍ଟ୍ରେଲୀୟ ଖେଳାଳି ହୋଇପାରିଛନ୍ତି। ସେ ୧୨୬ ଇନିଂସରେ ଏହି ସଫଳତା ହାସଲ କରିଥିଲେ। ଫିଞ୍ଚ ଏହି ମାମଲାରେ ଡିନ ଜୋନ୍ସଙ୍କୁ ପଛରେ ପକାଇଛନ୍ତି। ଜୋନ୍ସ ୧୨୮ ଇନିଂସରେ ଏକଦିବସୀୟ କ୍ରିକେଟରେ ୫ ହଜାର ରନ ପୂରଣ କରିଥିଲେ। ୱାର୍ଣ୍ଣର ୧୧୫ ଇନିଂସରେ ଏପରି କରିଥିବାବେଳେ ମାଥ୍ୟୁ ହାଡେନ ୧୩୨ ଇନିଂସରେ ଏବଂ ବେଭାନ ୧୩୫ ଇନିଂସରେ ଏହା କରିଛନ୍ତି।

Share