Categories: ଖେଳ

ତୃତୀୟ ଦିନର ଖେଳ ଶେଷ: ଭାରତ ୨୮୯/୩

ଅହମ୍ମଦାବାଦ,୧୧।୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଇନିଂସରେ ୪୮୦ରନ୍‌ର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଭାରତ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ଉଇକେଟ ହରାଇ ୨୮୯ ରନ୍‌ କରିଛି। ଏବେ ବି ଦଳ ଅଷ୍ଟ୍ରେଲିଆଠାରୁ ୧୯୨ରନ୍‌ ପଛରେ ରହିଛି। ବିରାଟ କୋହଲି(୫୯) ଏବଂ ରବିନ୍ଦ୍ର ଜାଡେଜା(୧୬) ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଦଳ ପକ୍ଷରୁ ଶୁଭମନ ଗିଲ ୧୨୮ରନ୍‌ କରିଛନ୍ତି।

ଭାରତୀୟ ଟିମ୍‌ ଲାଗି ଅହମ୍ମଦାବାଦ ଟେଷ୍ଟ ଜିତିବା ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଦଳ ଏହି ମୁକାବିଲା ଜିତିଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିବ। ପରାଜୟ ନଚେତ ଡ୍ର ହେଲେ ଭାରତକୁ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ସିରିଜ ଉପରେ ନିର୍ଭର କରିବାକୁ ହେବ। ତେବେ ପୂର୍ବରୁ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରି ସାରିଛି।

Share