Categories: ଖେଳ

ନଟରାଜନଙ୍କୁ ମିଳିଲା ସୁଯୋଗ, କଥା ଦେଇ ରଖିପାରିଲେ ନାହିଁ ଅଷ୍ଟ୍ରେଲିଆ ଖେଳାଳି

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଏକଦିବସୀୟରେ ଟି. ନାଟରାଜନ ଭାରତ ପକ୍ଷରୁ ଡେବ୍ୟୁ କରୁଛନ୍ତି। ଭାରତୀୟ ପ୍ରିମିୟର ଲିଗର ୧୩ତମ ସିଜିନରେ ନିଜ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଟି ନାଟରାଜନ ଆଇପିଏଲ ୨୦୨୦ରେ ୟର୍କରରେ ବଡ କିମ୍ବଦନ୍ତୀକୁ ଆଉଟ୍‌ କରିଥିଲେ। ତାମିଲନାଡୁ ବୋଲର ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚରେ ୮.୨ ଆଭରେଜ୍‌ରେ ସହ ୧୬ ଉଇକେଟ ନେଇଥିଲେ। ଆଇପିଏଲର ଏହି ପ୍ରଦର୍ଶନକୁ ଆଧାର କରି ସେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଥିଲେ। ଟିମ ଇଣ୍ଡିଆରେ ସୁଯୋଗ ପାଇବା ପରେ ନାଟରାଜନଙ୍କୁ ତାଙ୍କଚ ଆଇପିଏଲ ଅଧିନାୟକ ଡେଭିଡ ୱାର୍ଣ୍ଣର ତାଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଅଷ୍ଟ୍ରେଲିଆରେ ତୁମକୁ ଭେଟିବି।
ଏବେ ନଟରାଜନ ତୃତୀୟ ଏକଦିବସୀୟରେ ଖେଳିବାର ସୁଯୋଗ ପାଇଥିବାରୁ ଡେଭିଡ ୱାର୍ଣ୍ଣରଙ୍କ ଇଚ୍ଛା ପୂରଣ ହୋଇନାହିଁ। କାରଣ ଦ୍ୱିତୀୟ ଏକଦିବସୀୟରେ ଆଘାତ ହେତୁ ସେ ଏକଦିବସୀୟ ଏବଂ ଟି-୨୦ ସିରିଜରୁ ବାଦ ପଡିଛନ୍ତି। ଆଇପିଏଲ ୨୦୨୦ରେ, ଟି. ନଟରାଜନ ଏବଂ ଡେଭିଡ ୱାର୍ଣ୍ଣର ସନରାଇଜର୍ସ ହାଇଦ୍ରାବାଦର ଅଂଶ ଥିଲେ। ୱାର୍ଣ୍ଣର ନାଟାରାଜନଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଆଇପିଏଲର ଆବିଷ୍କାର ବୋଲି ବର୍ଣ୍ଣନା କରିଥିଲେ। ନଟରାଜନ ତାଙ୍କର ୟର୍କର୍ସ ଏବଂ ପିନ ପଏଣ୍ଟ ବାଉନ୍ସର୍‌ ପାଇଁ ଜଣାଶୁଣା।

 

Share