Categories: ଖେଳ

୨୬୨ରେ ଅଟକିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଟିମ୍‌ ୨୬୨ ରନ୍‌ କରିଛି। ଦଳ ପକ୍ଷରୁ ଅକ୍ଷର ପଟେଲ ୭୪ ଏବଂ ଆର୍‌. ଅଶ୍ୱିନ ୩୭ ରନ୍‌ କରିଛନ୍ତି। ସେହିଭଳି ବିରାଟ କୋହଲି ମଧ୍ୟ ୪୪ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି।

ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତୀୟ ଟିମକୁ ଅକ୍ଷର-ଅଶ୍ୱିନ ୧୧୧ ରନ୍‌ର ଭାଗିଦାରି କରି ମଜଭୂତ ସ୍ଥିତିକୁ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ଅଷ୍ଟ୍ରେଲିୟ ବୋଲରଙ୍କ ଆଗରେ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା। ଦଳର ବୋଲର୍‌ ନାଥନ ଲିଅନ ୫ ଉଇକେଟ ନେଇଥିବା ବେଳେ ଟଡ୍‌ ମର୍ଫି ଏବଂ କୁନ୍ହେମାନ୍‌ ୨ ଲେଖାଏ ଉଇକେଟ ନେଇ ଭାରତକୁ ବଡ଼ ସ୍କୋର କରିବାରୁ ରୋକିଥିଲେ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ ରନ୍‌ କରିଥିବାରୁ ଦଳକୁ ଗୋଟିଏ ରନ୍‌ର ଅଗ୍ରଣୀ ହାସଲ କରିଛି।

Share