Categories: ଖେଳ

ମା’ ଶ୍ରମିକ ଭାବେ କାର୍ଯ୍ୟ କରି ପୁଅକୁ ବଡ କଲେ, ପୁଅ ଦେଲେ ଏମିତି ଉପହାର

କୁହାଯାଏ, ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏ ନାହିଁ। ଏହି ଉକ୍ତିର ଜୀବନ୍ତ ପ୍ରମାଣ ହେଉଛନ୍ତି ଭାରତୀୟ ଦଳର ବାମହାତୀ ଦ୍ରୁତ ବୋଲର ଟି ନାଟରାଜନ। ଯିଏ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ମା ଜଣେ ଶ୍ରମିକ ଥିଲେ। ଏହା ସତ୍ତ୍ୱେ ସେ ଟିମ ଇଣ୍ଡିଆର ଏକ ଅଂଶ ହୋଇପାରିଛନ୍ତି। ନଟରାଜନ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ଯାହା ଦେଶ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସ୍ବପ୍ନ ଦେଖୁଥିବା କ୍ରିକେଟରଙ୍କ ପାଇଁ ଏକ ପ୍ରେରଣା। ଫଟୋରେ ତାଙ୍କୁ ଟିମ ଇଣ୍ଡିଆର ଜର୍ସିରେ ଦେଖିବାକୁ ମିଳିଛି। ଟି ନଟରାଜନ ଭାରତୀୟ ଦଳର ନୂଆ ଜର୍ସି ପିନ୍ଧିଛନ୍ତି। ଫଟୋ ଶେୟାର କରି ସେ ଲେଖିଛନ୍ତି, ଏହି ଜର୍ସି ପିନ୍ଧିବା ଏକ ବିଶେଷ ଅନୁଭୂତି। ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚରେ ୧୬ଟି ଉଇକେଟ ନେଇ ଟି ନାଟରାଜନ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜ ପ୍ରଦର୍ଶନ ଜରିଆରେ ଭାରତୀୟ ଦଳରେ ସେ ସ୍ଥାନ ପାଇଛନ୍ତି। ପିଲାଦିନକୁ ଅତ୍ୟଧିକ ଦାରିଦ୍ରରେ ସେ ଦିନ ବିତାଇଛନ୍ତି। ନଟରାଜନ ତାମିଲନାଡୁର ଚିନ୍ନାପମ୍ପତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ମା ଜଣେ ଶ୍ରମିକ ଥିଲେ। ନଟରାଜନ ଟେନିସ ବଲ ସହିତ କ୍ରିକେଟ ଖେଳୁଥିଲେ। ବୋଲିଂ ପ୍ରଶିକ୍ଷକ ଜୟପ୍ରକାଶ ତାଙ୍କୁ ଦେଖି ତାମିଲନାଡୁ ପ୍ରିମିୟର ଲିଗ ଖେଳିବାର ସୁଯୋଗ ପାଇଲେ। ଠିକ ସେତିକିବେଳେ, ନଟରାଜନଙ୍କ ଭାଗ୍ୟ ବଦଳିଗଲା। ତାମିଲନାଡୁ ପାଇଁ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ନଟରାଜ ୨୭ ଉଇକେଟ ନେଇଥିଲେ। ଏହା ପରେ ୨୦୧୭ରେ କିଙ୍ଗସ ଏକାଦଶ ପଞ୍ଜାବ ୩ କୋଟି ଟଙ୍କା ମୂଲ୍ୟରେ ନଟରାଜନକଙ୍କୁ କିଣିଥିଲା। ପରବର୍ତ୍ତୀ ବର୍ଷ ପଞ୍ଜାବକୁ ନଟରାଜନ ରଖି ନ ଥିଲା ଏବଂ ହାଇଦ୍ରାବାଦ ଏହି ଦ୍ରୁତ ବୋଲରଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲ ୨୦୨୦ରେ, ଏହି ଦ୍ରୁତ ବୋଲର ହାଇଦ୍ରାବାଦକୁ ପ୍ଲେ ଅଫରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

 

Share