Categories: ଖେଳ

କାହିଁକି ଅଷ୍ଟ୍ରେଲିଆ ଗସ୍ତରେ ଗଲେ ନାହିଁ ରୋହିତ ଶର୍ମା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ତେବେ ଏହି ସିରିଜରେ ଟିମ ଇଣ୍ଡିଆ ଏହାର ସବୁଠାରୁ ବଡ ମ୍ୟାଚ ବିଜେତା ରୋହିତ ଶର୍ମାଙ୍କ ବିନା ପଡିଆକୁ ଓହ୍ଲାଇଛି। ରୋହିତ ଶର୍ମା ଅନଫିଟ୍‌ ଥିବାରୁ ଏକଦିବସୀୟ ଏବଂ ଟି-୨୦ସିରିଜରୁ ବାଦ ପଡିଛନ୍ତି ଏବଂ ସେ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଷ୍ଟାଡିୟମରେ ନିଜ ଫିଟନେସ ପାଇଁ କଶରତ୍‌ ଆରମ୍ଭ କରିଛନ୍ତି। ଆଇପିଏଲ ସମୟରେ ବିସିସିଆଇ ସୂଚନା ଦେଇଥିଲା ଯେ, ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ ନୁହଁନ୍ତି, ତେଣୁ ତାଙ୍କୁ ଏକଦିବସୀୟ ଏବଂ ଟି -୨୦ ଦଳରେ ସ୍ଥାନ ମିଳିନାହିଁ। ତେବେ ରୋହିତ ଶର୍ମାଙ୍କ ବାହାର ବିଷୟରେ ଆଉ ଏକ ବଡ଼ କାରଣ ଜଣାପଡୁଛି। କ୍ରୀଡା ସାମ୍ବାଦିକ ବୋରିଆ ମଜୁମଦାର ଦାବି କରିଛନ୍ତି ଯେ, ପିତାଙ୍କ ଅସୁସ୍ଥତା ହେତୁ ରୋହିତ ଶର୍ମା ଅଷ୍ଟ୍ରେଲିଆ ଯାଇ ନାହାଁନ୍ତି। ରୋହିତ ଶର୍ମାଙ୍କ ବାପା କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ଏବଂ ସେଥିପାଇଁ ସେ ଟିମ ଇଣ୍ଡିଆ ସହିତ ଅଷ୍ଟ୍ରେଲିଆ ଗସ୍ତରେ ଯାଇନାହାଁନ୍ତ। ପିତାଙ୍କ କାରଣରୁ ରୋହିତ ଶର୍ମା ଆଇପିଏଲ ପରେ ସିଧାସଳଖ ମୁମ୍ବାଇ ଆସିଥିଲେ। ତେବେ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ସେ ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀକୁ ଯାଇଥିଲେ।

Share