ଭାରତ ବିଭିଷିକାର ସ୍ମୃତି ଦିବସ ପାଳିଲା ଭାରତ ବିକାଶ ପରିଷଦ

ସୁନ୍ଦରଗଡ଼,୧୫।୮(ଜୟ ନାରାୟଣ ମେଣ୍ଡୁଳି): ୧୯୪୭ ମସିହା ଅଗଷ୍ଟ ୧୪ରେ ଦେଶ ବିଭାଜନ ହୋଇଥିଲା। ବିଭାଜନ ସମୟରେ ହିଂସାରେ ୧୦ଲକ୍ଷରୁ ଉର୍ଦ୍ଧ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିବା ବେଳେ କୋଟି କୋଟି ଲୋକ ଭିଟାମାଟି ଛାଡି ଶରଣାର୍ଥୀ ହୋଇଥିଲେ। ଆଜିର ବିଭାଜନ ବିଭିଷିକା ସ୍ମୁତି ଦିବସ ଆମକୁ କେବଳ ଭେଦଭାବ, ଶତ୍ରୁତା ଏବଂ ଅନିଚ୍ଛାର ବିଷ ଦୂର କରିବାକୁ ମନେ ପକାଇବ ତାହା ନୁହେଁ ବରଂ ଏହା ଏକତା, ସୌହାର୍ଦ୍ଧ୍ୟକୁ ମଧ୍ୟ ଦୃଢ଼ କରିବ ବୋଲି ଜିଲା ସଂସ୍କୃତି ଭବନରେ ଭାରତ ବିଭିଷିକା ସ୍ମୁତି ଦିବସରେ ଅତିଥିମାନେ ମତ ଦେଇଥିଲେ।
ଏହାପୂର୍ବରୁ ବ୍ୟାଙ୍କ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ହାତରେ ତ୍ରିରଙ୍ଗା ପତାକା ଓ ମହମବତୀ ଧରି ଡିଆରଡିଏ ଛକ ଦେଇ ସଂସ୍କୃତି ଭବନ ପହଞ୍ଚିବା ପରେ ଅତିଥିମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ, ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ମୁଖ୍ୟଅତିଥି ଭାବେ ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ, ଡ.ଗୌରୀଶଙ୍କର ପଟେଲ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ,ରାଷ୍ଟ୍ରୀୟ ସ୍ବୟଂ ସେବକର ବିଭାଗ କାର୍ଯ୍ୟବାହୀ ରତ୍ନାକର ବେହେରା ଉପସ୍ଥିତ ରହିଥିଲା ବେଳେ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ବିଶ୍ୱଭାରତୀ ସଂଯୋଜକ ଡାକ୍ତର ନାରାୟଣ ପଟେଲ, ଅନ୍ୟମାନଙ୍କ ଭିତରେ ବରିଷ୍ଠ ଭାଜପା ନେତା ରଞ୍ଜନ ପଟେଲ, ପୌର ଅଧକ୍ଷା ତନୟା ମିଶ୍ର, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ପଟେଲ, ହିମାନୀ ପାଢ଼ୀ, ଲତିକା ପଟ୍ଟନାୟକ, ଶୋଭନ ହୋତା, ରାଜା କାକ, ଭାଜପା କାଉନସିଲର ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।