କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ ହୋଇ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବେ। ଏନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ଆମେରିକାର ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ସ୍‌ ଆଣ୍ଟୋନି ବ୍ଲିନ୍‌କେନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ମତପ୍ରକାଶ ପାଇଛି। ଏହି ଅବସରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ବିସ୍ତୃତ ଚର୍ଚ୍ଚା ହୋଇଛି। ଇଣ୍ଡୋ-ପାସିଫିକ୍‌, କ୍ୱାଡ୍‌, ଆଫଗାନିସ୍ତାନ, ମ୍ୟାନମାର୍‌, ୟୁଏନ୍‌ଏସ୍‌ସି ଏବଂ ଅନ୍ୟ ଅନ୍ତର୍ଜାତୀୟ ସଂଗଠନ ସମ୍ପର୍କରେ ମଧ୍ୟ ଦୁଇ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କରୋନା ସଂକ୍ରମଣ ସମୟରେ ଭାରତର ସହାୟତାକୁ ଆମେରିକା ଭୁଲି ପାରିବ ନାହିଁ ବୋଲି ବ୍ଲିନ୍‌କେନ୍‌ କହିଛନ୍ତି। ସେହିପରି ଭାରତରେ କରୋନା ଆତଙ୍କ ବେଳେ ଆମେରିକା ଯୋଗାଇ ଦେଇଥିବା ସହାୟତା ନେଇ ଜୟଶଙ୍କର ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share