Posted inଖେଳ

ରୋହିତଙ୍କ ଟି-୨୦ରେ ପ୍ରତ୍ୟାବର୍ତ୍ତନ! ରାହୁଲ ଦିନିକିଆରେ ସମ୍ଭାଳିବେ ଅଧିନାୟକତ୍ୱ

ନୂଆଦିଲ୍ଲୀ,୩୦।୧୧: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଗୁରୁବାର ବିସିସିଆଇର ବରିଷ୍ଠ ଅଧିକାରୀ, ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ୍‌ ଅଗରକର ଏକ ବୈଠକ କରି ଦଳକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି।

ଖବର ଅନୁଯାୟୀ, ରୋହିତ ଶର୍ମା ଅଧିନାୟକ ଭାବରେ ଟି -୨୦ ରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସେ ଗତ ବର୍ଷ ୧୦ ନଭେମ୍ବର ୨୦୨୨ରେ ଟି -୨୦ ଖେଳିଥିଲେ। ତା’ପରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡଠୁ ହାରିଯାଇଥିଲା। ଏଥି ସହ କେ.ଏଲ ରାହୁଲଙ୍କୁ ଦିନିକିଆରେ ଅଧିନାୟକତ୍ୱ ଦିଆଯାଇଛି। ଏହାର ଅର୍ଥ ରାହୁଲ ଦିନିକିଆର ନୂତନ ଅଧିନାୟକ ଏବଂ ଆଗାମୀ ବିଶ୍ୱକପ୍‌ ପାଇଁ ବିସିସିଆଇ ଯୋଜନାର ଏକ ଅଂଶ ହୋଇପାରନ୍ତି । ଏହା ବ୍ୟତୀତ ସଞ୍ଜୁ ସାମସନ ଏବଂ ରଜତ ପାଟିଦାର ମଧ୍ୟ ଦିନିକିଆ ଦଳକୁ ଫେରିଛନ୍ତି ବୋଲି କୁହାଯାଉଛି। ତେବେ ଦଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

ଦଳ ବିଷୟରେ ଆଲୋଚନା କରିବା ସହିତ ପରବର୍ତ୍ତୀ ବଡ ଟୁର୍ନାମେଣ୍ଟ ଟି -୨୦ ବିଶ୍ୱକପ ପାଇଁ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ଏହି ବୈଠକରେ ପ୍ରସ୍ତୁତ କରାଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତ ୧୦ ଡିସେମ୍ବରରୁ ଆରମ୍ଭ ହେବ। ଏହି ଅବଧି ମଧ୍ୟରେ ଉଭୟ ଦଳ ତିନୋଟି ଟି -୨୦, ତିନୋଟିଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ...

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri