ଇଣ୍ଡିଆ ଟୁଡେର ବଡ଼ ସର୍ଭେ, ଓଡ଼ିଶାରେ କିଏ ମାରିବ ବାଜି?

ନୂଆଦିଲ୍ଲୀ,୧।୬: ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ତେବେ ଏହାରି ଭିତରେ ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ ପାଇଛି। ଓଡ଼ିଶାକୁ ନେଇ ବିଭିନ୍ନ ଏଜେନ୍ସି ଭିନ୍ନ ଭିନ୍ନ ଆକଳନ କରିଥିବାବେଳେ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଚମକେଇ ଦେବା ଭଳି ସର୍ଭେ ପ୍ରକାଶ କରିଛି।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଅନୁଯାୟୀ, ଭାଜପାକୁ ୧୮ରୁ ୨୦ ମିଳୁଥିବାବେଳେ ବିଜେଡିକୁ ୦-୨ ଓ କଂଗ୍ରେସକୁ ୦-୧ ଆସନ ମିଳିପାରେ ବୋଲି ଆକଳନ କରାଯାଉଛି। ଯାହା ସମସ୍ତଙ୍କୁ ତାଜୁବ କରି ଦେଇଛି।

କେବଳ ଏତିକି ନୁହେଁ ଅନ୍ୟ ଏଜେନ୍ସିମାନଙ୍କର ସର୍ଭେନୁସାରେ ମଧ୍ୟ ଭାଜପା ଲୋକ ସଭାରେ ଓଡ଼ିଶାରେ କ୍ଲିନ ସ୍ବିପ କରୁଛି। ଇଣ୍ଡିଆ ଟିଭି ଏକଜିଟ ପୋଲ ଅନୁସାରେ, ଭାଜପା ୧୫-୧୭ ଆସନରେ ବିଜୟୀ ହେଉଥିବାବେଳେ ବିଜେଡି ୪-୬ ସୀମିତ ରହିଛି। ଯେତେବେଳେ କି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବୋଲି କୁହାଯାଉଛି। ସେହିପରି ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ ଆକଳନ ଅନୁଯାୟୀ, ଓଡ଼ିଶାରେ ଭାଜପାକୁ ୧୩ ଲୋକ ସଭା ଆସନ ମିଳୁଥିବାବେଳେ ବିଜୁ ଜନତା ଦଳକୁ ୮ ଆସନ ମିଳିଛି।

ଜନ କି ବାତ ଆକଳନ ଅନୁଯାୟୀ, ଭାଜପା ୧୫ରୁ ୧୮ ଓ ବିଜେଡିକୁ ୩ରୁ ୭ ଆସନ ମିଳିପାରେ ବୋଲି କୁହାଯାଉଛି। ନ୍ୟୁଜ ୨୪ର ଚାଣକ୍ୟ ଏଜେନ୍ସି ଆକଳନ ଅନୁଯାୟୀ, ଭାଜପାକୁ ୧୬ ଆସନ ମିଳୁଥିବାବେଳେ ବିଜେଡିକୁ ୪ ଓ କଂଗ୍ରେସକୁ ୧ ମିଳିପାରେ ବୋଲି ଆକଳନ କରାଯାଉଛି। ରିପବ୍ଲିକ ମାର୍ଟିଜ ଅନୁସାରେ, ଭାଜପା ୯-୧୨ ଆସନ ଓ ବିଜେଡି ୭-୧୦ ଆସନ ମିଳୁଥିବାବେଳେ କଂଗ୍ରେସକୁ ୧ ଆସନ ମିଳିପାରେ ବୋଲି ଆକଳନ କରିଛି। ଏବିପିର ସି ଭୋଟର ଅନୁଯାୟୀ, ଭାଜପାକୁ ୧୭-୧୯ ଆସନ ମିଳୁଥିବାବେଳେ ବିଜେଡିକୁ ୧-୩ ମିଳିପାରେ ବୋଲି ଆକଳନ କରିଛି।

କହିରଖୁଛୁ ଯେ, ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନଡିଏ ନେତୃତ୍ୱାଧୀନ ବିଜେଡି ୨୧ରୁ ୨୦ ଆସନ ପାଇଥିଲା। ଯେଉଁଥିରେ ବିଜେଡି ସମର୍ଥନରେ ମୋଦି କେନ୍ଦ୍ରରେ ସରକାର ଗଢିଥିଲେ। କିନ୍ତୁ ୨୦୧୯ରେ ବିଜେଡି ମାତ୍ର ୧୨ଟି ଆସନ ହାତେଇ ପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଭାରତ ଆସିଲା ଗୁଡ୍‌ନ୍ୟୁଜ୍‌, ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…

ନୂଆଦିଲ୍ଲୀ, ୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ବିଶ୍ୱ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି,…

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଯୁଦ୍ଧ ବନ୍ଦ କରିବା ନେଇ ମୋଦିଙ୍କୁ କହିଦେଲା ଏମିତି…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ତେହେରାନ ସଙ୍କେତ ଦେଇଛି ଯେ ଭାରତ ଏହି ସଂଘର୍ଷକୁ…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ

ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

ମାନସିକ ବିକୃତ ଯୁବତୀ ଗର୍ଭବତୀ ଘଟଣା ଏତଲା ପରେ ଗିରଫ ହେଲେ ଶିକ୍ଷକ

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଜଣେ ମାନସିକ ବିକୃତ ଯୁବତୀ ୬ ମାସ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri