Posted inଜାତୀୟ

ବିମ୍ସଟେକ୍‌ ପାଣିପାଗ କେନ୍ଦ୍ର ପାଇଁ ଭାରତ ଖର୍ଚ୍ଚ କରିବ ୩୦ ଲକ୍ଷ ଡଲାର…

ନୂଆଦିଲ୍ଲୀ, ୩୦।୩ : ସାତୋଟି ଦେଶ ଦ୍ୱାରା ଆୟୋଜିତ ବିମ୍ସଟେକ୍‌ (ବିଆଇଏମଏସଟିଇସି)(ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ନିମିତ୍ତ ବଙ୍ଗୋପସାଗରୀୟ ପ୍ରୟାସ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ବୁଧବାର ଯୋଗ ଦେଇଛନ୍ତି। ବିମ୍ସଟେକ୍‌ ହେଉଛି ପାକିସ୍ତାନ ବିନା ସାତୋଟି ଦେଶର ଏକ ଆଞ୍ଚଳିକ ଗୋଷ୍ଠୀ। ଏଥିରେ ଭାରତ ବ୍ୟତୀତ ଶ୍ରୀଲଙ୍କା, ବାଂଲାଦେଶ, ମ୍ୟାନ୍‌ମାର, ଥାଇଲାଣ୍ଡ, ନେପାଳ ଏବଂ ଭୁଟାନ ଅନ୍ତର୍ଭୁକ୍ତ। ଏଥର ଶ୍ରୀଲଙ୍କା ଅଧ୍ୟକ୍ଷ ଭାବରେ ବିମ୍ସଟେକ୍‌ ଶିଖର ସମ୍ମିଳନୀ ଆୟୋଜନ କରୁଛି।

ବିମ୍ସଟେକ୍‌ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିମ୍ସଟେକ୍‌ ପାଣିପାଗ କେନ୍ଦ୍ରକୁ ସକ୍ରିୟ କରିବା ପାଇଁ ଭାରତ ୩୦ ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ପ୍ରସ୍ତୁତ। ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ପଞ୍ଚମ ବିମ୍ସଟେକ୍‌ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦତ କହିଛନ୍ତି, ଏହା ହେଉଛି ବିମ୍ସଟେକ୍‌ ପ୍ରତିଷ୍ଠା ହେବାର ୨୫ ତମ ବର୍ଷ। ସେଥିପାଇଁ ମୁଁ ଆଜିର ଶିଖର ସମ୍ମିଳନୀକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି। ଏହି ଲ୍ୟାଣ୍ଡମାର୍କ ଶିଖର ସମ୍ମିଳନୀର ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିବ।

କୃଷିଜାତ ଦ୍ରବ୍ୟ ପାଇଁ ଏକ ଆଞ୍ଚଳିକ ସହଯୋଗ ନେଟୱାର୍କ ସୃଷ୍ଟି କରିବାର ଏକ ସମ୍ଭାବନା ମଧ୍ୟ ଅଛି । ଅପରାଧିକ ମାମଲାରେ ମଧ୍ୟ ଆମେ ସହଯୋଗର ଏକ ନୂତନ ଢାଞ୍ଚା ସୃଷ୍ଟି କରିଛୁ ଏବଂ ଏଥିପାଇଁ ଆମେ ଏକ ନୂତନ ଚୁକ୍ତି କରିଛୁ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୟୁରୋପରେ ସାମ୍ପ୍ରତିକ ଘଟଣା ଅନ୍ତର୍ଜାତୀୟ ବ୍ୟବସ୍ଥାର ସ୍ଥିରତା ଉପରେ ପ୍ରଶ୍ନ ଉଠାଇଛି।

ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ସହଯୋଗ ଏକ ପ୍ରମୁଖ ପ୍ରାଥମିକତା ପାଲଟିଛି। ଏପରିସ୍ଥଳେ ବିମ୍ସଟେକ୍‌ ପାରସ୍ପାରିକ ସହଯୋଗ ମାଧ୍ୟମରେ ସ୍ଥିତିର ମୁକାବିଲା ଲାଗି ଅଣ୍ଟା ଭିଡ଼ିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri