Categories: ଜାତୀୟ

୧୫ ଲାଇଟ୍‌ କମ୍ବାଟ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ,୩୦।୩: ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସୁରକ୍ଷା କ୍ୟାବିନେଟ୍‌ କମିଟି (ସିସିଏସ୍‌) ବୁଧବାର ୧୫ ଲାଇଟ୍‌ କମ୍ବାଟ୍‌ ହେଲିକପ୍ଟର (ଏଲ୍‌ସିଏଚ୍‌)କୁ ୩,୮୮୭ କୋଟି ଟଙ୍କାରେ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।

ଭାରତୀୟ ବାୟୁ ସେନା (ଆଇଏଏଫ୍‌) ପାଇଁ ୧୦ଟି ଏବଂ ଅନ୍ୟ ୫ ହେଲିକପ୍ଟର ସ୍ଥଳ ସେନାକୁ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଲାଇଟ୍‌ କମ୍ବାଟ ହେଲିକପ୍ଟର ଲିମିଟେଡ୍‌ ସିରିଜ୍‌ ପ୍ରଡକଶନ (ଏଲ୍‌ଏସପି) ହେଉଛି ୪୫ ପ୍ରତିଶତ ସ୍ବଦେଶୀ ନିର୍ମିତ କମ୍ବାଟ ହେଲିକପ୍ଟର। ଏହାକୁ ସରକାରଙ୍କ ଦ୍ୱାରା ପରିଚାଳିତ ହିନ୍ଦୁସ୍ତାନ ଏରେନଟିକ୍ସ ଲିମିଟେଡ୍‌ (ହାଲ) ଏହି ହେଲିକପ୍ଟର ନିର୍ମାଣ କରେ।

Share