‘ଆଇଫୋନ୍‌ ନିର୍ମାଣର ହବ୍‌ ହେବ ଭାରତ’

ନୂଆଦିଲ୍ଲୀ,୮।୧୨: ବିଶ୍ୱର ପ୍ରମୁଖ ତଥା ପ୍ରିମିୟମ ବର୍ଗର ସ୍ମାର୍ଟଫୋନ୍‌ ନିର୍ମାତା ‘ଆଇଫୋନ୍‌’ ଖୁବ୍‌ଶୀଘ୍ର ତା’ର ରଣନୀତି ପରିବର୍ତ୍ତନକରି ଭାରତକୁ ଅଗ୍ରାଧିକାର ଦେବ ବୋଲି ଜଣାପଡ଼ିଛି। କାରଣ ବିଗତ ୨ ବର୍ଷ ହେବ କୋଭିଡ୍‌ କଟକଣା ଓ ଅନ୍ୟନ୍ୟା ସମସ୍ୟା ଯୋଗୁ କମ୍ପାନୀ ଠିକ୍‌ ଭାବେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିନାହିଁ। ଏପରିକି ଆଇଫୋନ୍‌ର ଚାହିଦା ଥିବା ସତ୍ତ୍ୱେ ମଧ୍ୟ ନିର୍ମାଣରେ ସମସ୍ୟା ଯୋଗୁ ଉଭୟ ଗ୍ରାହକ ଓ ରାଜସ୍ବ ହ୍ରାସ ପାଉଥିବା ଜଣାପଡ଼ିଛି। ବିଶେଷ କରି ଆପଲ୍‌ ତା’ର ଉତ୍ପାଦନ କେନ୍ଦ୍ରକୁ ଚାଇନାରୁ ଉଠାଇନେବା ସହ ଅନ୍ୟ କୌଣସି ସ୍ଥାନରେ ପ୍ରତିଷ୍ଠା କରିବ ବୋଲି ଚର୍ଚ୍ଚା ହେଉଛି।

ଏପରିକି ଆପଲ୍‌ ପାଇଁ ଭାରତ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ହେବ ବୋଲି ଆଶଙ୍କା କରାଯାଉଛି। ଯଦି ଏହା ବାସ୍ତବରେ ହୋଇଯାଏ ତା’ହେଲେ ଭାରତ ଆଇଫୋନ୍‌ ନିର୍ମାଣର ଏକ ହବ୍‌ ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିଭଳି ଆପଲର ମୋଟ ଆଇଫୋନ୍‌ ନିର୍ମାଣରେ ଭାରତର ଯୋଗଦାନ ବର୍ତ୍ତମାନ ସୁଦ୍ଧା ୫% ରହିଛି, ହେଲେ ଆସନ୍ତା ୩ରୁ ୪ବର୍ଷ ମଧ୍ୟରେ ଏହାର ପରିମାଣ ୨୦ରୁ ୨୫% ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଅପରପକ୍ଷରେ ଭାରତ ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ପଦକ୍ଷେପ ସାଙ୍ଗକୁ ୪୧ହଜାର କୋଟି ଟଙ୍କାର ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ ସ୍କିମ୍‌) ଯୋଜନା ମଧ୍ୟ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଇଟି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିପରି ଆପଲ୍‌ ପାଇଁ କାର୍ଯ୍ୟ କରୁଥିବା ଫକ୍ସକନ, ପେଗାଟ୍ରନ ଏବଂ ୱିସ୍‌ଟ୍ରନ ଭଳି ନିର୍ମାତା ସଂସ୍ଥା ମଧ୍ୟ ସେମାନଙ୍କ ଉତ୍ପାଦନ କ୍ଷମତା ସହ ରପ୍ତାନି ବୃଦ୍ଧି କରିପାରିବେ ବୋଲି କୁହାଯାଉଛି।

କୋଭିଡ୍‌ ସଂକ୍ରମଣ ଯୋଗୁ ଚାଇନାରେ ବର୍ତ୍ତମାନ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଚାଇନାରେ କମ୍ପାନୀର ଫୋନ୍‌ ଉତ୍ପାଦନ ବ୍ୟାହତ ହୋଇଛି। ବଜାର ଆବଶ୍ୟକତା ପୂରଣ ପାଇଁ କମ୍ପାନୀ ଚାଇନାରୁ ଭାରତକୁ ତା’ର ଉତ୍ପାଦନ ୟୁନିଟ୍‌ ସ୍ଥାନାନ୍ତର କାର୍ଯ୍ୟ ତ୍ୱରାନ୍ବିତ କରୁଥିବା କୁହାଯାଇଛି। ଚଳିତ ବର୍ଷ ଶେଷ ତ୍ରୈମାସରେ କେବଳ ୭୦ରୁ ୭୫ ମିଲିୟନ ୟୁନିଟ୍‌ ଆଇଫୋନ୍‌ର ଶିପ୍‌ମେଣ୍ଟ ହୋଇଛି, ଯାହା ଚାଇନାର କରୋନା ନୀତି ପୂର୍ବର ବଜାର ଆବଶ୍ୟକତାଠାରୁ ୧୦ମିଲିୟନ ୟୁନିଟ୍‌ କମ୍‌ ବୋଲି କୁହାଯାଉଛି।

ଉକ୍ତ କାରଣରୁ କମ୍ପାନୀର ଆଇଫୋନ୍‌ ୧୪ ପ୍ରୋ ଏବଂ ଆଇଫୋନ୍‌ ୧୪ପ୍ରୋ ମ୍ୟାକ୍ସ ମଡେଲର ସପ୍ଲାଇ ଚେନ୍‌କୁ ବେଶି କ୍ଷତି ସହିବାକୁ ପଡିଛି। ଅନ୍ୟପଟରେ ଜେପି ମାର୍ଗନଙ୍କ ଅନୁସାରେ ୨୦୨୫ ସୁଦ୍ଧା ପ୍ରତି ୪ଟିରୁ ୧ଆଇଫୋନ ମେଡ୍‌ ଇନ୍‌ ଇଣ୍ଡିଆ ହେବ। ମାର୍କେଟ୍‌ ଇଣ୍ଟେଲିଜେନ୍ସି ଫାର୍ମ, ସାଇବର ମିଡିଆ ରିସର୍ଚ୍ଚ ଅନୁସାରେ ୨୦୨୨ରେ ଆଇଫୋନ୍‌ର ଇଣ୍ଡିଆକୁ ଆମଦାନୀ ହ୍ରାସ ହୋଇ ୧୫%ରେ ପହଞ୍ଚତ୍ଛି। ୨୦୧୯ରେ ଏହା ୫୦% ରହିଥିଲା। ଏପରିକି ଭାରତରେ ଆଇଫୋନ୍‌ର ଉତ୍ପାଦନ ୨୦୨୧ରେ ୭ମିଲିୟନ ଥିଲା, ଯାହା ୨୦୨୨ରେ ବଢ଼ି ୧୨ରୁ ୧୩ ମିଲିୟନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri