‘ଆଇଫୋନ୍‌ ନିର୍ମାଣର ହବ୍‌ ହେବ ଭାରତ’

ନୂଆଦିଲ୍ଲୀ,୮।୧୨: ବିଶ୍ୱର ପ୍ରମୁଖ ତଥା ପ୍ରିମିୟମ ବର୍ଗର ସ୍ମାର୍ଟଫୋନ୍‌ ନିର୍ମାତା ‘ଆଇଫୋନ୍‌’ ଖୁବ୍‌ଶୀଘ୍ର ତା’ର ରଣନୀତି ପରିବର୍ତ୍ତନକରି ଭାରତକୁ ଅଗ୍ରାଧିକାର ଦେବ ବୋଲି ଜଣାପଡ଼ିଛି। କାରଣ ବିଗତ ୨ ବର୍ଷ ହେବ କୋଭିଡ୍‌ କଟକଣା ଓ ଅନ୍ୟନ୍ୟା ସମସ୍ୟା ଯୋଗୁ କମ୍ପାନୀ ଠିକ୍‌ ଭାବେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିନାହିଁ। ଏପରିକି ଆଇଫୋନ୍‌ର ଚାହିଦା ଥିବା ସତ୍ତ୍ୱେ ମଧ୍ୟ ନିର୍ମାଣରେ ସମସ୍ୟା ଯୋଗୁ ଉଭୟ ଗ୍ରାହକ ଓ ରାଜସ୍ବ ହ୍ରାସ ପାଉଥିବା ଜଣାପଡ଼ିଛି। ବିଶେଷ କରି ଆପଲ୍‌ ତା’ର ଉତ୍ପାଦନ କେନ୍ଦ୍ରକୁ ଚାଇନାରୁ ଉଠାଇନେବା ସହ ଅନ୍ୟ କୌଣସି ସ୍ଥାନରେ ପ୍ରତିଷ୍ଠା କରିବ ବୋଲି ଚର୍ଚ୍ଚା ହେଉଛି।

ଏପରିକି ଆପଲ୍‌ ପାଇଁ ଭାରତ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ହେବ ବୋଲି ଆଶଙ୍କା କରାଯାଉଛି। ଯଦି ଏହା ବାସ୍ତବରେ ହୋଇଯାଏ ତା’ହେଲେ ଭାରତ ଆଇଫୋନ୍‌ ନିର୍ମାଣର ଏକ ହବ୍‌ ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିଭଳି ଆପଲର ମୋଟ ଆଇଫୋନ୍‌ ନିର୍ମାଣରେ ଭାରତର ଯୋଗଦାନ ବର୍ତ୍ତମାନ ସୁଦ୍ଧା ୫% ରହିଛି, ହେଲେ ଆସନ୍ତା ୩ରୁ ୪ବର୍ଷ ମଧ୍ୟରେ ଏହାର ପରିମାଣ ୨୦ରୁ ୨୫% ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଅପରପକ୍ଷରେ ଭାରତ ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ପଦକ୍ଷେପ ସାଙ୍ଗକୁ ୪୧ହଜାର କୋଟି ଟଙ୍କାର ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ ସ୍କିମ୍‌) ଯୋଜନା ମଧ୍ୟ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଇଟି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିପରି ଆପଲ୍‌ ପାଇଁ କାର୍ଯ୍ୟ କରୁଥିବା ଫକ୍ସକନ, ପେଗାଟ୍ରନ ଏବଂ ୱିସ୍‌ଟ୍ରନ ଭଳି ନିର୍ମାତା ସଂସ୍ଥା ମଧ୍ୟ ସେମାନଙ୍କ ଉତ୍ପାଦନ କ୍ଷମତା ସହ ରପ୍ତାନି ବୃଦ୍ଧି କରିପାରିବେ ବୋଲି କୁହାଯାଉଛି।

କୋଭିଡ୍‌ ସଂକ୍ରମଣ ଯୋଗୁ ଚାଇନାରେ ବର୍ତ୍ତମାନ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଚାଇନାରେ କମ୍ପାନୀର ଫୋନ୍‌ ଉତ୍ପାଦନ ବ୍ୟାହତ ହୋଇଛି। ବଜାର ଆବଶ୍ୟକତା ପୂରଣ ପାଇଁ କମ୍ପାନୀ ଚାଇନାରୁ ଭାରତକୁ ତା’ର ଉତ୍ପାଦନ ୟୁନିଟ୍‌ ସ୍ଥାନାନ୍ତର କାର୍ଯ୍ୟ ତ୍ୱରାନ୍ବିତ କରୁଥିବା କୁହାଯାଇଛି। ଚଳିତ ବର୍ଷ ଶେଷ ତ୍ରୈମାସରେ କେବଳ ୭୦ରୁ ୭୫ ମିଲିୟନ ୟୁନିଟ୍‌ ଆଇଫୋନ୍‌ର ଶିପ୍‌ମେଣ୍ଟ ହୋଇଛି, ଯାହା ଚାଇନାର କରୋନା ନୀତି ପୂର୍ବର ବଜାର ଆବଶ୍ୟକତାଠାରୁ ୧୦ମିଲିୟନ ୟୁନିଟ୍‌ କମ୍‌ ବୋଲି କୁହାଯାଉଛି।

ଉକ୍ତ କାରଣରୁ କମ୍ପାନୀର ଆଇଫୋନ୍‌ ୧୪ ପ୍ରୋ ଏବଂ ଆଇଫୋନ୍‌ ୧୪ପ୍ରୋ ମ୍ୟାକ୍ସ ମଡେଲର ସପ୍ଲାଇ ଚେନ୍‌କୁ ବେଶି କ୍ଷତି ସହିବାକୁ ପଡିଛି। ଅନ୍ୟପଟରେ ଜେପି ମାର୍ଗନଙ୍କ ଅନୁସାରେ ୨୦୨୫ ସୁଦ୍ଧା ପ୍ରତି ୪ଟିରୁ ୧ଆଇଫୋନ ମେଡ୍‌ ଇନ୍‌ ଇଣ୍ଡିଆ ହେବ। ମାର୍କେଟ୍‌ ଇଣ୍ଟେଲିଜେନ୍ସି ଫାର୍ମ, ସାଇବର ମିଡିଆ ରିସର୍ଚ୍ଚ ଅନୁସାରେ ୨୦୨୨ରେ ଆଇଫୋନ୍‌ର ଇଣ୍ଡିଆକୁ ଆମଦାନୀ ହ୍ରାସ ହୋଇ ୧୫%ରେ ପହଞ୍ଚତ୍ଛି। ୨୦୧୯ରେ ଏହା ୫୦% ରହିଥିଲା। ଏପରିକି ଭାରତରେ ଆଇଫୋନ୍‌ର ଉତ୍ପାଦନ ୨୦୨୧ରେ ୭ମିଲିୟନ ଥିଲା, ଯାହା ୨୦୨୨ରେ ବଢ଼ି ୧୨ରୁ ୧୩ ମିଲିୟନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri