‘ଭାରତ ହେବ ନିର୍ମାଣ ହବ୍‌’

ସମରକନ୍ଦ,୧୭।୯: କୋଭିଡ୍‌-୧୯ ମହାମାରୀ ଓ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବୈଶ୍ୱିକ ଯୋଗାଣଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତକୁ ଏକ ମାନୁଫାକ୍ଚରିଂ ହବ୍‌ରେ ପରିଣତ କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗଦେଇ କହିଛନ୍ତି।
ଏସ୍‌ସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକର କାଉନ୍‌ସିଲ ଅଫ୍‌ ହେଡ୍ସ (ଏସ୍‌ସିଓ-ସିଓଏଚ୍‌ଏସ୍‌)ର ପରିବର୍ଦ୍ଧିତ ଫର୍ମାଟ୍‌କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆମର ଜନକୈନ୍ଦ୍ରିକ ନମୁନାରେ କାରିଗରିର ଉପଯୁକ୍ତ ବ୍ୟବହାର ଉପରେ ଅନେକ ଗୁରୁତ୍ୱ ଦିଆଯାଉଛି। ଭାରତକୁ ଏକ ନିର୍ମାଣର ହବ୍‌ରେ ପରିଣତ କରିବା ଦିଗରେ ଆମେ ଆଗେଇ ଚାଲିଛୁ। ଦେଶରେ ୭୦,୦୦୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ ଓ ଶତାଧିକ ୟୁନିକର୍ନ ରହିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନବଉନ୍ମେଷକୁ ସମର୍ଥନ କରାଯାଉଛି। ଏହା ଭାରତର ଆର୍ଥିକ ସ୍ଥିରତାକୁ ଦର୍ଶାଉଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତିରେ ୭.୫% ଅଭିବୃଦ୍ଧି ଘଟିବା ଆଶା କରାଯାଉଛି, ଯାହାକି ବିଶ୍ୱର ବୃହତ୍‌ ଅର୍ଥନୀତିଗୁଡ଼ିକଠାରୁ ସର୍ବାଧିକ। ଯୋଗାଣଶୃଙ୍ଖଳରେ ପ୍ରତିକୂଳ ସ୍ଥିତିର ମୁକାବିଲା ଦକ୍ଷତା ବୃଦ୍ଧି, ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଏବଂ ପାରସ୍ପରିକ ଟ୍ରାଞ୍ଜିଟ୍‌ ଅଧିକାର ଗୁରୁତ୍ୱପୂର୍ଣ୍ଣ ହେବ। ଏସ୍‌ସିଓ ଆମ ଅଞ୍ଚଳରେ ଏକ ରେଜିଲିଆଣ୍ଟ ସପ୍ଲାଏ ଚେନ୍‌ ପ୍ରତିଷ୍ଠା ଲାଗି ଉଦ୍ୟମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି। ଆଫଗାନିସ୍ତାନକୁ ପାକିସ୍ତାନ ଦେଇ ପଠାଯାଇଥିବା ସାମଗ୍ରୀ ପହଞ୍ଚତ୍ବାରେ ଅନେକ ମାସ ଲାଗିଯାଇଥିଲା। ଏଭଳି ବିଳମ୍ବକୁ ଏଡ଼ାଇବା ଲାଗି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଖାଦ୍ୟ ଯୋଗାଣର ଏକ ‘ଟ୍ରାଞ୍ଜିଟ୍‌ ରାଇଟ୍ସ’ କରାଯିବା ପ୍ରସଙ୍ଗ ମୋଦି ଉଠାଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜ୍‌ବେକିସ୍ତାନ ରାଷ୍ଟ୍ରପତି ଶାଭ୍‌କତ୍‌ ମିର୍ଜିୟୋୟେଭ୍‌ ୨୨ତମ ଏସ୍‌ସିଓ ସମିଟ୍‌ର କଂଗ୍ରେସ ସେଣ୍ଟରକୁ ସ୍ବାଗତ କରିଥିଲେ। ଉଜ୍‌ବେକିସ୍ତାନର ଅଧ୍ୟକ୍ଷତାରେ ସଫଳତା ପାଇଁ ଭାରତ ସମ୍ପୂର୍ଣ୍ଣ ସହଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

PM ମୋଦିଙ୍କ ୭୭ତମ ଜନ୍ମଦିନ, ଗୁଜରାଟରେ ଜଳିବ ୮୮ ଲକ୍ଷ ଦୀପ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଶେଷ କରି ଗୁଜରାଟରେ…

ମହାଶକ୍ତିଶାଳୀ ବୁଧାଦିତ୍ୟ ରାଜଯୋଗ: ଆଜିଠୁ ୫ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଲାଗିବ ଲଟେରୀ, ଟଙ୍କାରେ ଶୋଇବେ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସକାଳ ୭ଟା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ପ୍ରପର୍ଟିର ପୂରା ତଥ୍ୟ

ନୂଆଦିଲ୍ଲୀ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଜୀବନ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ରେ…

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?