Posted inଖେଳ

ଆମେରିକା ବିପକ୍ଷରେ ଭାରତକୁ ବିଜୟ ସ୍ବାଦ

ଭୁବନେଶ୍ୱର, ୧୦।୨ (ତପନ ସ୍ବାଇଁ): ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ର ଚଳିତ ସିଜନରେ ଭାରତ ଶୁକ୍ରବାର ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୩-୧ଗୋଲରେ ଆମେରିକାକୁ ପରାସ୍ତ କରିଛି। ପୂର୍ବ ୩ ମ୍ୟାଚରେ ଯଥାକ୍ରମେ ଚାଇନା (୧-୨), ନେଦରଲାଣ୍ଡ୍ସ (୧-୩) ଓ ଅଷ୍ଟ୍ରେଲିଆ(୦-୩)ଠାରୁ ହାରିଥିବା ଭାରତ ବିଜୟ ସହ କଳିଙ୍ଗ ଷ୍ଟାଡିୟମରେ ଏହାର ଅଭିଯାନ ଶେଷ କରିଛି। ଏଥିସହ ପ୍ରୋ ଲିଗ୍‌ରେ ପଏଣ୍ଟ ଖାତା ଖୋଲିଛି ଭାରତୀୟ ଦଳ। ୪ ମ୍ୟାଚରୁ ୧ ବିଜୟ ଓ ୩ ପରାଜୟ ସହ ୩ ପଏଣ୍ଟ ପାଇ ଭାରତ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟ ପକ୍ଷରେ ଆମେରିକା ଖେଳିଥିବା ୪ଟି ଯାକ ମ୍ୟାଚ ହାରିଛି। ମହିଳା ହକିର ରାଉରକେଲା ଚରଣ ପ୍ରୋ-ଲିଗ୍‌ ମ୍ୟାଚ ଚଳିତ ମାସ ୧୨ରୁ ଆରମ୍ଭ ହେବ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ପୂର୍ବ ପରାଜୟରୁ ଶିକ୍ଷା ଲାଭ କରିଥିବା ଭାରତୀୟ ଦଳ ଆମେରିକା ବିପକ୍ଷରେ ସତର୍କତାର ସହ ଖେଳ ଆରମ୍ଭ କରିଥିଲା। ୨ୟ ମିନିଟରେ ଭାରତ ଓ ୩ୟ ମିନିଟରେ ଆମେରିକା ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ କରିପାରି ନ ଥିଲେ। ତେବେ ଚମତ୍କାର ଫର୍ମରେ ଥିବା ବନ୍ଦନା କାଟରିୟା ୯ମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୨୧ତମ ମିନିଟରେ ବୈଷ୍ଣବୀ ଭିଥାଲ ଫାଲ୍‌କେ ଗ୍ରୀନ୍‌କାର୍ଡ ସହ ଚେତାବନୀ ପାଇଥିବାବେଳେ ୨୬ତମ ମିନିଟରେ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପରିଣତ କରି ଦେଇଥିଲେ ଦୀପିକା। ୨୯ତମ ମିନିଟରେ ପେନାଲ୍ଟି କର୍ନରରୁ ଆମେରିକା ଗୋଲ କରି ନ ପାରିବାରୁ ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତର ଅଗ୍ରଣୀ ୨-୦ ରହିଥିଲା। ତୃତୀୟ କ୍ୱାର୍ଟରରେ ଆମେରିକା ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଥିଲା। ଭାରତ ୩୩ ଓ ୩୮ତମ ମିନିଟରେ ୨ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ତାହାର ସଦୁପଯୋଗ କରିପାରି ନ ଥିଲା। ବିପଜ୍ଜନକ ଖେଳ ପାଇଁ ୩୭ତମ ମିନିଟରେ ଗ୍ରୀନ୍‌ କାର୍ଡ ପାଇଥିଲେ ଆମେରିକାର ତେବେର୍ଡିନ ଇମା। ୪୨ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ କାଲର୍‌ସ ସାନେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ସ୍ବାଭାବିକଭାବେ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଭାରତୀୟ ରକ୍ଷଣଭାଗ ଆମେରିକାକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇ ନ ଥିଲେ। ଘରୋଇ ଦଳ ଆକ୍ରମଣ ଜାରି ରଖି ୫୨ତମ ମିନିଟରେ ପେନାଲ୍ଟି କର୍ନର ମିସ୍‌ କରିଥିଲେ ହେଁ ୫୬ତମ ମିନିଟରେ ସାଲିମା ଟେଟେଙ୍କ ଗୋଲ ବଳରେ ବିଜୟକୁ ଏକପ୍ରକାର ନିଶ୍ଚିତ କରି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri