Posted inଜାତୀୟ

ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମରେ ଭାରତ ଆଗୁଆ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୨ : ଆତଙ୍କବାଦ ବିରୋଧରେ ଭାରତ ସରକାର ବହୁତ ଭଲ କାମ କରିଛନ୍ତି। ଆମେରିକା ସରକାରଙ୍କ ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଚିହ୍ନଟ କରିବା, ସେମାନଙ୍କୁ ଧ୍ୱଂସ କରିବା ଏବଂ ଆତଙ୍କବାଦର ବିପଦକୁ ହ୍ରାସ କରିବାରେ ଭାରତ ଏକ ବଡ଼ କାର୍ଯ୍ୟ କରିଛି । ଆତଙ୍କବାଦ ଉପରେ ରିପୋର୍ଟ ୨୦୨୧ରେ ଜମ୍ମୁ-କଶ୍ମୀରର ୟୁନିଅନ ଟେରିଟୋରୀ, ଉତ୍ତର ପୂର୍ବ ରାଜ୍ୟ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଭାରତରେ ଲଶ୍କର-ଇ-ତୋଏବା, ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ, ଆଇଏସଆଇଏସ, ଅଲ କାଏଦା, ଜମାତ ଉଲ ମୁଜାହିଦ୍ଦିନ, ଜମାତ ଉଲ ମୁଜାହିଦ୍ଦିନ ବାଂଲାଦେଶ ଭଳି ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ମସିହାରେ ଏହା ଦେଖାଯାଇଥିଲା ଯେ ଆତଙ୍କବାଦୀ ସଂଗଠନ ସେମାନଙ୍କ ରଣନୀତିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ଏବଂ ବର୍ତ୍ତମାନ ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ତଥା ଡ୍ରୋନ ଓ ଆଇଇଡି ଇତ୍ୟାଦି ବିସ୍ଫୋରଣ କରୁଛନ୍ତି।
ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧ ମସିହାରେ ଜମ୍ମୁ-କଶ୍ମୀରରେ ୧୫୩ ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ୪୫ ସୁରକ୍ଷା ବାହିନୀର କର୍ମଚାରୀ, ୩୬ ସାଧାରଣ ନାଗରିକ ଏବଂ ୧୯୩ ଆତଙ୍କବାଦୀଙ୍କ ସମେତ ମୋଟ ୨୭୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଭାରତ ରାଜ୍ୟ ତଥା କେନ୍ଦ୍ରୀୟସ୍ତରରେ ଗୁପ୍ତଚର ଏଜେନ୍ସିଗୁଡ଼ିକୁ ମଜବୁତ କରିଛି।

ରିପୋର୍ଟରେ କୁହାଯାଇଛି ଯେ ବନ୍ଦରଗୁଡ଼ିକର ସୁରକ୍ଷା ପାଇଁ ପ୍ରବେଶ ପଥରେ ବାୟୋଗ୍ରାଫିକ ଏବଂ ବାୟୋମେଟ୍ରିକ ସ୍କ୍ରିନିଂ ପାଇଁ ଭାରତ ବ୍ୟବସ୍ଥା କରିଛି। ବିମାନବନ୍ଦରରେ ଦୁଇଥର ଯାଞ୍ଚ କରିବା ଉଦ୍ଦେଶ୍ୟରେ ଏକ୍ସ-ରେ ସ୍କ୍ରିନିଂ ମଧ୍ୟ କରାଯାଉଛି। ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଅଭିଯୋଗରେ ଭାରତର ଅନୁସନ୍ଧାନକାରୀ ସଂସ୍ଥା ଏନଆଇଏ ଲଶ୍କର-ଇ-ତୋଏଇବା, ହରକତ ଉଲ ଜିହାଦି ଇସଲାମିକ ଆତଙ୍କବାଦୀଙ୍କୁ ଦଣ୍ଡିତ କରିଛି। ସେପ୍ଟେମ୍ବର ୨୦୨୧ରେ ଆଇଏସଆଇଏସ ସହ ଜଡିତ ୩୭ ଟି ମାମଲାର ଅନୁସନ୍ଧାନ କରି ୧୮୬ ଜଣଙ୍କୁ ଗିରଫ କରାଯାଇଛି।
ଆତଙ୍କବାଦ ପ୍ରଭାବିତ ଜମ୍ମୁ-କଶ୍ମୀରରେ ଭାରତୀୟ ସେନା କିପରି ଜନ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଅଛି ତାହା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏସବୁ ମଧ୍ୟରେ ବିଦ୍ୟାଳୟ ଚଳାଇବା, ଡାକ୍ତରୀ ଶିବିର ସ୍ଥାପନ ଏବଂ ଯୁବକମାନଙ୍କୁ ତାଲିମ ଦେବା ସହିତ ରୋଜଗାର ଯୋଗାଇବା ଅନ୍ତର୍ଭୁକ୍ତ, ଯାହା ଦ୍ୱାରା ଯୁବକମାନଙ୍କୁ ଆତଙ୍କବାଦ ସଂଗଠନ ମୁହାଁ ହେବାରୁ ରୋକାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri