Posted inଖେଳ

ଇଂଲଣ୍ଡ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା: ଜାଣନ୍ତୁ କେବେ ଫେରିବେ ବୁମ୍‌ରା

ମୁମ୍ବାଇ,୬ା୧: ଆଗାମୀ ଇଂଲଣ୍ଡ ସିରିଜ ଭାରତକୁ ଲାଗିଛି ବଡ ଝଟକା। ଅଷ୍ଟ୍ରେଲିଆ ଗସ୍ତର ଶେଷ ମୁକାବିଲାରେ ଜଶପ୍ରୀତ ବୁମ୍‌ରା ଆହତ ହୋଇଥିବା ବେଳେ ଏବେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେବୃଆରୀ 19ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେଉଥିବା ବେଳେ ବୁମ୍‌ରା ଭାରତ ପାଇଁ ମୁଖ୍ୟ ବୋଲର ଅଟନ୍ତି। ତେଣୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇପାରେ।

୩୦ ବର୍ଷୀୟ ବୁମ୍‌ରା ଅଷ୍ଟ୍ରେଲିଆରେ ୧୫୦ ଅଧିକ ଓଭର ବୋଲିଂ କରିଥିବା ବେଳେ ୩୨ ଉଇକେଟ ନେଇଥିଲେ। ଏଠାରେ ବୁମ୍ରା ତାଙ୍କର ସର୍ବଶ୍ରେସ୍ଠ ପ୍ରଦର୍ଶନ କରିଥିବା ସତ୍ତ୍ୱେ ଭାରତ ୧-୩ରେ ବର୍ଡ଼ର-ଗାଭାସ୍କର ସିରିଜ ପରାଜୟ ବରଣ କରିଥିଲା। ତେବେ ବୁମ୍‌ରାଙ୍କର ଆହତ ପଛରେ ତାଙ୍କ ଉପରେ ଦଳର ଅତ୍ୟଧିକ ଚାପି ବୋଲି କୁହାଯାଉଛି। ତେଣୁ ଆଗକୁ ଚାମ୍ପିୟନ୍ସ ତଫରି ଥିବା ବେଳେ ସେ ସମୟରେ ଫିଟ୍ ହେବା ନିହାତି ଆବଶ୍ୟକ।

ସୂତ୍ର ଅନୁଯାୟୀ, ବୁମ୍‌ରାଙ୍କ ପିଠିରେ ମାଂସପେଶୀ ଟାଣି ହେବା ଘଟଣାର ଗ୍ରେଡ୍ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଫେବୃଆରୀ ୨୦ ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଭାରତ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ। ତେଣୁ ଯଦି ବୁମ୍‌ରାଙ୍କ ଆଘାତ ଗ୍ରେଡ୍ ୧ ଶ୍ରେଣୀରେ ଅଛି, ତେବେ ସେ ଖେଳିବା ପୂର୍ବରୁ ପ୍ରସ୍ତୁତ ହେବା ଲାଗି (ଆରଟିପି) ସର୍ବନିମ୍ନ ଦୁଇରୁ ତିନି ସପ୍ତାହ ସମୟ ଲାଗିବ।

ସେହିଭଳି ଦ୍ୱିତୀୟ ଶ୍ରେଣୀରେ ଆଘାତ ହେଲେ ଫିଟ୍ ହେବାକୁ ଛଅ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ, କିନ୍ତୁ ଯଦି ଏହା ଗ୍ରେଡ଼ ୩ ସ୍ତରର ହୋଇଥାଏ ତେବେ ଏହା ଠିକ ହେବାକୁ ତିନିମାସ ବିଶ୍ରାମ ଏବଂ ଫିଟ୍ ହେବା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ପଡିବ।

ତେବେ ବୁମ୍‌ରା ଟି-୨୦ ଦ୍ୱିପାକ୍ଷିକ ସିରିଜ୍ ଖେଳିବେ ନାହିଁ କାରଣ ଏହା ବିଶ୍ୱକପ୍ ବର୍ଷ ନୁହେଁ, କିନ୍ତୁ ଚାମ୍ପିଅନ୍ସ ଟ୍ରଫି ଆଗକୁ ଥିବା ଦୃଷ୍ଟିରୁ, ସେ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ ଦୁଇଟି ମ୍ୟାଚ୍ ଖେଳିଥାନ୍ତେ।

କିନ୍ତୁ ବର୍ତ୍ତମାନ, ତାଙ୍କ ଆଘାତର ଗ୍ରେଡ୍ ନିଷ୍ପତ୍ତି ନେବ ଯେ ବୁମରା ଇଂଲଣ୍ଡ ସିରିଜ୍ ଖେଳିବେ ନା ନାହିଁ। ଅନ୍ତତଃ ପକ୍ଷେ ଫେବୃଆରୀ ୧୨ ରେ ଅହମ୍ମଦାବାଦସ୍ଥିତ ତାଙ୍କ ଘରୋଇ ଗ୍ରାଉଣ୍ଡରେ ଶେଷ ମ୍ୟାଚ୍ ତାଙ୍କ ଫିଟନେସ୍ ଯାଞ୍ଚ କରିବେ କି ନାହିଁ ତାହା ଦେଖିବା ବାକି ରହିଲା।

ସୂଚନାଯୋଗ୍ୟ ଜାନୁଆରୀ ୨୨ ରୁ ଭାରତ ପାଞ୍ଚୋଟି -୨୦ ଏବଂ ତିନିଟି ଦିନିକିଆ ଇଂଲଣ୍ଡ ବିପକ୍ଷରେ ଖେଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri