Posted inଜାତୀୟ

ଏଲ୍‌ଓସିରୁ ଏଲ୍‌ଏସି ଭାରତ ଶକ୍ତ

କୋଲକାତା,୨୪ା୧: ନିୟନ୍ତ୍ରଣରେଖା (ଏଲ୍‌ଓସି)ରୁ ନେଇ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ପର୍ଯ୍ୟନ୍ତ ସବୁଠି ଭାରତ ଶକ୍ତିଶାଳୀ ହେବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥିଲେ ତାଙ୍କ ପଦାଙ୍କ ଅନୁସରଣ କରି ଏହା ସମ୍ଭବ ହୋଇପାରିଥିବା ଦେଖି ଗର୍ବ ଅନୁଭବ କରିଥାଆନ୍ତେ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ୋକ୍ତି ବାଢ଼ିଛନ୍ତି।
କୋଲକାତାରେ ନେତାଜୀ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ପାକିସ୍ତାନ ସଂଲଗ୍ନ ଏଲ୍‌ଓସି ଏବଂ ଚାଇନାକୁ ଲାଗି ରହିଥିବା ସୀମା ଏଲ୍‌ଏସି ପର୍ଯ୍ୟନ୍ତ ଭାରତ ନେତାଜୀଙ୍କ ପଥ ଅନୁସରଣ କରୁଛି। ଦୁଇ ସୀମାରେ ଭାରତୀୟ ସେନାର ଶକ୍ତି ବଢ଼ିଛି। ଭାରତର ସାର୍ବଭୌମତ୍ୱ ପ୍ରତି ଯେତେବେଳେ ବି ଆହ୍ବାନ ସୃଷ୍ଟି ହୋଇଛି ତା’ର ମୁହଁତୋଡ଼ ଜବାବ ଦିଆଯାଇଛି। କରୋନା ମହାମାରୀର ଭାକ୍ସିନ ଭାରତ ଦ୍ୱାରା ବିକଶିତ ହୋଇଛି।

ଭାରତ ପାଖରେ ଏବେ ଏକ ଶକ୍ତିଶାଳୀ ସେନା ରହିଛି। ସେନା ପାଖରେ ତେଜସ୍‌ ଓ ରାଫାଲ ଭଳି ଆଧୁନିକ ଯୁଦ୍ଧବିମାନ ରହିଛି। ନେତାଜୀଙ୍କ ସ୍ବପ୍ନର ଶକ୍ତିଶାଳୀ ଭାରତ କିପରି ଆଗକୁ ବଢ଼ୁଛି ତାହା ଦେଖି ସେ ଗର୍ବିତ ହୋଇଥାଆନ୍ତେ। ନେତାଜୀ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏ ବିଶ୍ୱର ସର୍ବବୃହତ୍‌ ସାମ୍ରାଜ୍ୟବାଦୀ ବଳର ମୁକାବିଲା କରି ଘୋଷଣା କରିଥିଲେ ଯେ ସେ ସ୍ବାଧୀନତା ମାଗିବେ ନାହିଁ, ବରଂ ଏଥିପାଇଁ ସଂଗ୍ରାମ କରିବେ। ତେଣୁ ଦେଶ ତାଙ୍କ ଜନ୍ମଦିନ ଜାନୁୟାରୀ ୨୩କୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ଉଦ୍ଦେଶ୍ୟରେ ଏନ୍‌ଡିଏ ସରକାରଙ୍କ ପକ୍ଷରୁ କରାଯାଇଥିବା କିଛି କାର୍ଯ୍ୟକୁ ନେଇ ଉପସ୍ଥିତ ଜନତାଙ୍କୁ ସ୍ମରଣ କରାଇଥିଲେ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନେତାଜୀଙ୍କ ଉପରେ ପ୍ରଧାନମନ୍ତ୍ରୀ ଏକ ସ୍ଥାୟୀ ପ୍ରଦର୍ଶନୀ ଓ ପ୍ରୋଜେକ୍ସନ ମ୍ୟାପିଂ ଶୋ ଉଦ୍‌ଘାଟନ କରିଥିଲେ। ଏକ ମୁଦ୍ରା ଓ ‘ଲେଟର ଅଫ୍‌ ନେତାଜୀ’ ଶୀର୍ଷକ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଆଜାଦ୍‌ ହିନ୍ଦ୍‌ ଫୌଜର ଯବାନ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମୋଦି ସମ୍ବର୍ଦ୍ଧନା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri