Categories: ଖେଳ

କାଲିଠୁ ଜୁନିୟର ହକି ବିଶ୍ୱକପ୍‌ ଆରମ୍ଭ: ଭାରତ-କୋରିଆ ମୁହାଁମୁହିଁ

କୁଆଲାଲମ୍ପୁର,୪ା୧୨: ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ମଙ୍ଗଳବାରଠାରୁ ଆରମ୍ଭ ହେବା। ଭାରତ-କୋରିଆ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। କୋରିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ଫେଭରିଟ ରହିଛି।

ଭାରତ ପୁଲ୍‌ ସି’ରେ ସ୍ପେନ୍‌, କାନାଡା ଓ କୋରିଆ ସହିତ ସ୍ଥାନ ପାଇଛି। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବାକୁ ଥିବା ବେଳେ ଭାରତ ଏହି ଦୌଡରେ ଆଗୁଆ ରହିଛି। ପରବର୍ତ୍ତୀ ମ୍ୟାଚ୍‌ଗୁଡିକ ମଧ୍ୟରେ ଭାରତ ଗୁରୁବାର ସ୍ପେନ୍‌ ଓ ଶନିବାର କାନାଡା ବିପକ୍ଷରେ ଖେଳିବ।

ଭୁବନେଶ୍ୱରରେ ୨୦୨୧ ଜୁନିୟର ହକି ବିଶ୍ୱକପ ଶେଷ ହେବା ପରେ ଭାରତୀୟ ଜୁନିୟର ହକି ଦଳ ସୁଲତାନ ଅଫ୍‌ ଜୋହର କପ୍‌ ଓ ଜୁନିୟର ଏସିଆ କପ୍‌ ବିଜୟୀ ହୋଇଛି। ଭାରତ ୨୦୨୧ରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ୨୦୧୧ ଓ ୨୦୧୬ ସଂସ୍କରଣରେ ଚାମ୍ପିୟନ ହୋଇଛି। ଉତ୍ତମ କୁମାରଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ୍‌ ଖେଳିବ।

Share