ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ କରି ପିଚ୍‌, ସୁରକ୍ଷା ବ୍ୟବସ୍ଥା ସମେତ ସବୁ ପ୍ରକାର ପ୍ରସ୍ତୁତି ଶେଷ। ଏବେ କେବଳ ଲଢ଼େଇକୁ ଅପେକ୍ଷା। ବାରବାଟୀରେ ଖୁବ କମ୍‌ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଥିବାରୁ ଏହି ମ୍ୟାଚ୍‌ ଲାଗି ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ମ୍ୟାଚ୍‌ ଲାଗି ଦୁଇ ଦଳ ସୋମବାର ବାରବାଟୀ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଅଭ୍ୟାସ ମଧ୍ୟ କରିଛନ୍ତି।
ବାରବାଟୀ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ନାଲି ମାଟିରେ ପିଚ୍‌ ପ୍ରସ୍ତୁତ କରାଯାଇଛି। ଏଥିସହିତ ମ୍ୟାଚ୍‌ ଆଗକୁ ବଢ଼ିବା ସହ କାକରର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ। ଏଣୁ ମ୍ୟାଚ୍‌ଟି ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି। ବାରବାଟୀରେ ଏପର୍ଯ୍ୟନ୍ତ ୩ଟି ଟି୨୦ ମ୍ୟାଚ୍‌ ଖେଳାଯାଇଛି। ପୂର୍ବରୁ ବାରବାଟୀ ଗ୍ରାଉଣ୍ଡରେ ଭାରତ ଓ ଦ.ଆଫ୍ରିକା ପରସ୍ପରକୁ ଦୁଇ ଥର ଭେଟିଥିବା ବେଳେ ଉଭୟ ଥର ଭ୍ରମଣକାରୀ ଦଳ ବାଜିମାତ୍‌ କରିଛି। ଏଣୁ ରେକର୍ଡ ସମ୍ପୂର୍ଣ୍ଣ ରୂପେ ଦ. ଆଫ୍ରିକା ସପକ୍ଷରେ ରହିଛି। ତେବେ ଏହି ଗ୍ରାଉଣ୍ଡରେ ଟି୨୦ ଫର୍ମାଟରେ ଭାରତୀୟ ଦଳ ମଧ୍ୟ ବିଜୟ ସ୍ବାଦ ଚାଖିଛି। ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଏକ ଟି୨୦ ମ୍ୟାଚ୍‌କୁ ଭାରତ ୯୩ ରନର ବଡ଼ ବ୍ୟବଧାନରେ ଜିତିଥିଲା। କିନ୍ତୁ ଟିମ୍‌ ଇଣ୍ଡିଆ ଏଥର ଏହି ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ରେକର୍ଡରେ ସୁଧାର ଆଣିବା ଲକ୍ଷ୍ୟରେ ରହିଛି।
ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଲାଗି ଦଳରେ କୌଣସି ବିଶେଷ ପରିବର୍ତ୍ତନ କରିବ ନାହିଁ। ଏ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳୀୟ ନେଟ୍‌ ସେଶନ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ୍‌ ଦୀର୍ଘ ସମୟ ଧରି ସୋମବାର ନେଟ୍ସରେ ଝାଳ ବୁହାଇଥିଲେ। ଏହାର ଅର୍ଥ ସେ ଏବେ ବେକଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ସାରିଛନ୍ତି। ଇଞ୍ଜୁରି କାରଣରୁ ସେ ଦ. ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ। ସୋମବାର ତାଙ୍କ ବ୍ୟାଟିଂ ପ୍ରାକ୍ଟିସରୁ ତାଙ୍କର ଖେଳିବା ନିଶ୍ଚିତ ମନେହେଉଛି। ତାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ସେ ମଧ୍ୟ ଇଞ୍ଜୁରୀ କାରଣରୁ ଗତ ୨ ମାସ ହେଲା କ୍ରିକେଟରୁ ଦୂରେଇ ରହିଥିଲେ। ଉଭୟ ଖେଳାଳି ଏସିଆ କପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ। ତେବେ ଉଇକେଟକିପର ଭାବେ କିଏ ଖେଳିବ, ତାହାକୁ ନେଇ ପ୍ରଶ୍ନବାଚୀ ରହିଛି। ଦଳରେ ଉଇକେଟକିପର ଭାବେ ସଞ୍ଜୁ ସାମସନ ଓ ଜୀତେଶ ଶର୍ମା ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ହିଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ। ସାମସନ ଜଣେ ଟପ୍‌ ଅର୍ଡର ବ୍ୟାଟର ଭାବେ ନିଜକୁ ପ୍ରତିଷ୍ଠିତ କରାଇ ସାରିଛନ୍ତି। ହେଲେ ଦଳରେ ଗିଲ୍‌ଙ୍କ ଉପସ୍ଥିତି ଯୋଗୁ ତାଙ୍କୁ ଟପ୍‌ ଅର୍ଡରରେ ସ୍ଥାନ ମିଳିବାର ସମ୍ଭାବନା ନାହିଁ। ଏଣୁ ତାଙ୍କୁ ମିଡିଲ ଅର୍ଡର କିମ୍ବା ଲୋୟର ମିଡିଲ ଅର୍ଡରରେ ଖେଳିବାକୁ ପଡ଼ିବ। ଏହି ପୋଜିଶନରେ ତାଙ୍କୁ ସୁଯୋଗ ମିଳିଥିଲେ ହେଁ ସେ ଏ ପର୍ଯ୍ୟନ୍ତ କିଛି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଅନ୍ୟପକ୍ଷରେ ଜୀତେଶ ଜଣେ ଲୋୟର ଅର୍ଡର ବ୍ୟାଟର ଏବଂ ମ୍ୟାଚ୍‌ ଫିନିଶ୍‌ କରିବାର ଦକ୍ଷତା ମଧ୍ୟ ତାଙ୍କ ପାଖରେ ରହିଛି, ଯାହା କି ତାଙ୍କ ସପକ୍ଷରେ ଯାଇପାରେ। ଏହା ବ୍ୟତୀତ ଦଳରେ ଟିମ୍‌ କମ୍ବିନେଶନକୁ ଅନ୍ୟ କୌଣସି ଚିନ୍ତା ନାହିଁ। ଟିମ ଇଣ୍ଡିଆ ଦୁଇ ପେସର, ଦୁଇ ସ୍ପିନର ଓ ଦୁଇ ଅଲରାଉଣ୍ଡରଙ୍କ ସହ ମ୍ୟାଚ୍‌କୁ ଓହ୍ଲାଇବ ବୋଲି ଆଶା କରାଯାଉଛି।
ସମ୍ଭାବ୍ୟ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ୍‌, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ/ଜୀତେଶ ଶର୍ମା (ଉଇକେଟକିପର), ଶିବମ ଦୁବେ, ଅକ୍ଷର ପଟେଲ/ଓ୍ବାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ/ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ଏଡେନ ମାରକ୍ରମ(ଅଧିନାୟକ), କ୍ୱିଣ୍ଟନ ଡି କକ୍‌, ରିଜା ହେଣ୍ଡ୍ରିକ୍ସ/ଟ୍ରିଷ୍ଟାନ ଷ୍ଟବ୍ସ, ଡଓ୍ବୋଲ୍ଡ ବ୍ରେଭିସ, ଟୋନି ଡି ଜର୍ଜି, ଡେଭିଡ୍‌ ମିଲର, ମାର୍କୋ ଜାନସେନ, କର୍ବିନ ବୋଶ୍ଚ, କେଶବ ମହାରାଜ, ଲୁନ୍‌ଗି ଏନ୍‌ଗିଡି, ଏନରିଚ ନର୍କିଆ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୋକୋଲମା: ଶେଷ ହେଲା ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବଙ୍କ ମାଘ ଝାମୁ ଯାତ୍ରା…

ଥୁଆମୂଳ ରାମପୁର,୨୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଘ ଝାମୁ ଯାତ୍ରା…

ଡକରବାଡ଼ି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ଘଟଣା: ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦରମା ବନ୍ଦ… 

ଦାରିଙ୍ଗବାଡ଼ି, ୨୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିନା ନୋଟିସରେ ତାଲା ପକାଇ ବନ୍ଦ ରଖିବା…

ଆଜିଠୁ ଗୋପାଳପୁର ବେଳାଭୂମୀ ମହୋତ୍ସବ: କୁଲାଡ଼ରୁ ଗଲା ମଶାଲ ଶୋଭାଯାତ୍ରା…

ଭଞ୍ଜନଗର,୨୭।୧(ବାବୁଲା ପ୍ରଧାନ)- ମଙ୍ଗଳବାରଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି। ତେଣୁ ଚଳିତ ବର୍ଷ ଏନେଇ ବ୍ୟାପକ ଆୟୋଜନ ହୋଇଥିବା ବେଳେ ମହୋତ୍ସବକୁ ଲୋକାଭିମୁଖୀ କରିବା ସହ…

ଆସନ୍ତା ୩ରେ ଜିଲାପାଳ ଅଫିସ ଘେରାଉ କରିବ ବିଜେଡି: କାର୍ଯ୍ୟକାରିଣୀ ବୈଠକରେ…

ଭବାନୀପାଟଣା, ୨୭।୧ (ଉତ୍ତମ କୁମାର ଦାଶ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମଙ୍ଗଳବାର ଭବାନୀପାଟଣା ବ୍ଲକ ମେଦିନୀପୁର…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?

ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ…

କୋର୍ଟରେ ହାଜର ହେଲେ ହାର୍ଡକୋର୍‌ ମାଓବାଦୀ ଆଜାଦ

ମୋହନା୨୭।୧(ମନ୍ମଥ ମିଶ୍ର): ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା JMFC କୋର୍ଟରେ ହାଜର କରିଛି। ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଡାହାଣ ହାତ କୁହାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri